ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗାଇ ଦେବ ନୂଆ ସୁବିଧା, ନିଜ ପସନ୍ଦର ବ୍ୟାଙ୍କ ଚୟନ କରିପାରିବେ ଗ୍ରାହକ

3,348

କନକ ବ୍ୟୁରୋ : ଜଣେ ମୋବାଇଲ ଫୋନ୍ ବ୍ୟବହାରକାରୀ ଯେମିତି ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି , ଠିକ ସେହିପରି ଆଗକୁ ଡ଼େବିଟ ଓ କ୍ରେଡିଟ କାର୍ଡ଼ରେ ମଧ୍ୟ ସେଭଳି ସୁବିଧା ମିଳିବ । ଚଳିତବର୍ଷରୁ ଅକ୍ଟୋବର ମାସରୁ ଆରମ୍ଭ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିବ । ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କ ପସନ୍ଦର କାର୍ଡ ନେଟୱର୍କ ଚୟନ କରିପାରିବେ । ଗ୍ରାହକମାନେ ସେମାନଙ୍କ ଭିତରୁ ନିଜ ପସନ୍ଦର ସଂସ୍ଥା ଚୟନ କରିପାରିବେ । ଏବେ କମ୍ପାନୀ ଯେଉଁ କାର୍ଡ ଦେଉଛନ୍ତି ତାହା ବ୍ୟବହାର କରିବା ବ୍ୟତୀତ ଲୋକମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ତେବେ ଏନେଇ ଆରବିଆଇ ସର୍କୁଲାର ଜାରି କରି ବ୍ୟାଙ୍କ ଓ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି । ଅଗଷ୍ଟ ଚାରି ସୁଦ୍ଧା ଏଥିପାଇଁ ମତ ଦେଇପାରିବେ ।