ବିବାଦ, ପ୍ରତିବାଦ ,ଚାପ ପରେ ହାତଯୋଡି କ୍ଷମା ପ୍ରାର୍ଥନା କଲେ ଚଳଚିତ୍ର ଆଦିପୁରୁଷର ସଂଳାପକାର ମନୋଜ ମନ୍ତସିର । ଟୁଇଟ କରି ଦର୍ଶକ, ଦେଶବାସୀ ଓ ହନୁମାନ ଭକ୍ତୁଙ୍କ ମାଗିଲେ କ୍ଷମା

141

କନକ ବ୍ୟୁରୋ : ଶେଷରେ ଆଦିପୁରୁଷର ବିବାଦୀୟ ସଂଳାପ ପାଇଁ କ୍ଷମା ମାଗିଲେ ସଂଳାପକାର ମନୋଜ ମୁନ୍ତାଶିର । ସିନେମା ‘ଆଦିପୁରୁଷ’ ପାଇଁ ଲୋକଙ୍କ ଭାବନାକୁ କଷ୍ଟ ମିଳିଥିବା ସ୍ୱୀକାର କରି ହାତ ଯୋଡ଼ି କ୍ଷମା ମାଗୁଛି ବୋଲି ସେ ଟ୍ୱିଟ କରିଛନ୍ତି । ୧୬ ଜୁନରେ ମୁକ୍ତିଲାଭ କରିଥିବା ଆଦିପୁରୁଷକୁ ନେଇ ଏବେ ମଧ୍ୟ ବିବାଦ ଦେଖାଦେଇଛି । ଓମ୍ ରାଉତ ନିର୍ଦ୍ଦେଶିତ ଏହି ସିନେମାର ବହୁ ସଂଳାପ ଅତି କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛି । ମନୋଜ ମୁନ୍ତାଶିର ଆଦିପୁରୁଷର ସଂଳାପଗୁଡ଼ିକୁ ରାମାୟଣ ସମୟ ଅନୁସାରେ ନୁହେଁ , ବରଂ ଆଜିକାଲିର ଆଧୁନିକ କଥାବାର୍ତା ଶୈଳୀ ହିସାବରେ ଲେଖିଥିବା ଅଭିଯୋଗ ହୋଇଥିଲା ।  ଯାହାକୁ ନେଇ ବିବାଦ ଦେଖା ପରେ ଘୃଣା ସୃଷ୍ଟି କରୁଥିବା ବହୁ ସଂଳାପକୁ ବଦଳାଯାଇଛି । ଏହି ସିନେମାର କାହାଣୀକୁ ନେଇ ଲୋକଙ୍କ ମନରେ ଆଧ୍ୟାତ୍ମିକ ଭାବନା ଥିବା ବେଳେ ଏହାର କିଛି ସଂଳାପ ଦର୍ଶକଙ୍କୁ ଖୁବ କଷ୍ଟଦେଇଥିବା ସ୍ୱୀକାର କରିଛନ୍ତି ସଂଳାପକ ମନୋଜ ମୁନ୍ତାଶିର । ଯେଉଁଥିପାଇଁ ସେ ଏବେ ଦୁଃଖିତ ଓ ବିନା ସର୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି ।