ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପୁଣିଥରେ ଚକମା ଦେଲେ ବିଜେଡି ସୁପ୍ରିମୋ । ନବୀନଙ୍କ ସରପ୍ରାଇଜ୍ କ୍ୟାଣ୍ଡିଡେଟ୍ ନିରଞ୍ଜନ ବିଶି ।

571

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ନିରଞ୍ଜନ ବିଶି ଜଣେ ସରପ୍ରାଇଜ୍ କ୍ୟାଣ୍ଡିଡେଟ୍ ଭାବେ ଉଭା ହୋଇଛନ୍ତି । ପଶ୍ଚିମ ଓଡିଶାର ଆଦିବାସୀ ନେତା ନିରଞ୍ଜନଙ୍କ ନାଁ କେହି ବି ଚିନ୍ତା କରିନଥିଲେ । ତାଙ୍କ ନାଁରେ କେଉଁଠାରେ ଆଲୋଚନା ମଧ୍ୟ ହୋଇନଥିଲା । ଦଳରେ ସେ କିଛି ଦିନ ତଳେ ସାମିଲ ହୋଇଥିଲେ । ଆଉ ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କ ନାଁ ସୁପାରିଶ କରିଥିବା କଥା ନିଜେ କହିଛନ୍ତି ନିରଞ୍ଜନ ବିଶି ।

ତେବେ ସବୁଥର ଭଳି ପୁଣିଥରେ ଚକମା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ । ରାଜ୍ୟସଭା ପାଇଁ ଅନେକ ଆଶାୟୀ ଥିବାବେଳେ, ଅନେକଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରି ସମସ୍ତଙ୍କୁ ସରପ୍ରାଇଜ୍ ଦେଇଛନ୍ତି ନବୀନ । ନିରଞ୍ଜନଙ୍କ ନାଁ କେହି ବି ଚିନ୍ତା କରିନଥିଲେ । କିମ୍ବା କେଉଁଠାରେ ଆଲୋଚନା ହୋଇନଥିଲା । ମାତ୍ର ତିନି ଚାରି ଦିନ ଆଗରୁ ସେ ଦଳରେ ଯୋଗ ଦେଇଥିଲେ । ଯେତେବେଳେ ସେ ଏହି ଖବର ପାଇଥିଲେ, ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ନିରଞ୍ଜନ ବିଶି ଜଣେ ଆଦିବାସୀ ନେତା ଭାବେ ପଶ୍ଚିମ ଓଡ଼ିଶାରେ ବେଶ ଜଣାଶୁଣା । କିଛି ଦିନ ପୂର୍ବରୁ ବଲାଙ୍ଗିରରେ ଆଦିବାସୀ ବିଦ୍ରୋହକୁ ନେଇ ବିଜେଡି ଚିନ୍ତାରେ ପଡିଥିଲା । ଏସବୁ ଭିତରେ ନିରଞ୍ଜନଙ୍କ ନାଁ ଘୋଷଣା କରି ଦଳୀୟ ସନ୍ତୁଳନ ପାଇଁ ଯୋଜନା କରିଛି ଦଳ । ସୁବାସ ସିଂଙ୍କ ସ୍ଥାନରେ ତାଙ୍କୁ ରାଜ୍ୟସଭା ପଠାଇବ ବିଜେଡି । ମନ୍ତ୍ରୀ ସୁଶାନ୍ତ ସିଂ, ତାଙ୍କ ନାଁ ସୁପାରିଶ କରିଥିବା ନିଜେ କହିଛନ୍ତି ନିରଞ୍ଜନ ବିଶି ।

ସେ ଜଣେ ଆଦିବାସୀ ନେତା ହେବା ସହ ରାଜ୍ୟସଭା ରେସରେ ପଶ୍ଚିମ ଓଡ଼ିଶାକୁ ମଧ୍ୟ ପ୍ରତିନିଧିତ୍ୱ କରିବେ ନିରଞ୍ଜନ । ରାଜ୍ୟସଭା ପାଇଁ ତାଙ୍କ ନାଁ ଘୋଷଣା କରି ଦୁଇଟି ବର୍ଗକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ।