ନବୀନଙ୍କ ନିର୍ଦ୍ଦେଶ । ସପ୍ତାହେ ମଧ୍ୟରେ ସବୁ ହିତାଧିକାରୀଙ୍କୁ ଦିଅ ବିଜୁ ସ୍ମାର୍ଟ ହେଲଥ କାର୍ଡ ।

180

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ କୋଭିଡ ସମୀକ୍ଷା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ ବାବଦରେ ସମୀକ୍ଷା କରିଛନ୍ତି । ଆଉ ଏହାସହ ଅନୁବନ୍ଧିତ ବେସରକାରୀ ହସ୍ପିଟାଲ ଗୁଡିକରେ ଯୋଜନା ଠିକ ଢଙ୍ଗରେ ଚାଲିଛି କି ନାହିଁ ତାହାର ତଦାରଖ ପାଇଁ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । କାରଣ ଏହାପୂର୍ବରୁ ଅନେକଥର ବେସରକାରୀ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ମିଳୁନାହିଁ ବୋଲି ଅଭିଯୋଗ ଆସୁଥିଲା । ତେଣୁ ଏହାକୁ ଦୂର କରିବାକୁ ନବୀନ ଜିଲ୍ଲା ପ୍ରଶାସନକୁ ତତ୍ପରତା ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ନବୀନ କହିଛନ୍ତି, ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାର ବଡ ପ୍ରଭାବ ରହିଛି । ତେଣୁ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  । ଏହାସହ ବେସରକାରୀ ହସ୍ପିଟାଲଗୁଡିକ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ନିୟମିତ ଜିଲ୍ଲାପାଳ ଓ ଏସପି ମାନେ ବୈଠକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ୫-ଟି ସଚିବ । ଏହାଛଡା ଯେଉଁ ଜିଲ୍ଲାରେ କମ ହିତାଧିକାରୀ କାର୍ଡ ପାଇଛନ୍ତି , ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତଙ୍କକୁ କାର୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ୨୭୫ଟି ବେସରକାରୀ ହସ୍‌ପିଟାଲ ଅନୁବନ୍ଧିତ ହୋଇଛନ୍ତି । ୫୫ଟି ଜାତୀୟ ସ୍ତରର ହସ୍‌ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇ ଦେବେ ବୋଲି ସେ କହିଥିଲେ । ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି । ତେଣୁ ନବୀନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୁବଶୀଘ୍ର ସମସ୍ତ ହିତାଧିକାରୀଙ୍କୁ କାର୍ଡ ମିଳିଯିବ ।