କାଲି ବିଜେଡି ବିଧାୟକ ଦଳ ବୈଠକ । ଅଶ୍ୱିନୀ ପାତ୍ର କହିଲେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପାଇଁ ଦିଆଯିବ ପ୍ରସ୍ତାବ ।

124

କନକ ବ୍ୟୁରୋ: ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ । ବୈଠକରେ ବିରୋଧୀ ଦଳ ନେତା ନିର୍ବାଚିତ ହେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପାଇଁ ଦିଆଯିବ ପ୍ରସ୍ତାବ । ଏନେଇ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି । ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜା ଯିବା । ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେଲା ସେ ନେଇ ଆଲୋଚନା କରାଯିବ । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଓ ଭିକେ ପାଣ୍ଡିଆନ ଦଳ ହାରିବା ପଛରେ ଉତ୍ତରଦାୟୀ କି ନୁହେଁ ସେ ନେଇ ଆଲୋଚନା ହେବ ।