ଭାରତ ଗୌରବ ଟ୍ରେନ୍ ଯାତ୍ରା : ପର୍ଯ୍ୟଟକ ଚାହିଁଲେ EMIରେ ପୈଠ କରିପାରିବେ ଟିକେଟ୍ ପଇସା

230

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୧ରୁ ନୂଆ ଦିଲ୍ଲୀ ସଫଦରଂଜଗ ରେଳ ଷ୍ଟେସରନୁ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ ହେଉଛି । ପର୍ଯ୍ୟଟକଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଗୌରବ ଡିଲକ୍ସ ଟୁରିଷ୍ଟ୍ ଟ୍ରେନ୍ ଯାତ୍ରା ଆରମ୍ଭ ହେବାକୁ ଯାଉଛି ।


ରେଳ ମନ୍ତ୍ରାଳୟ ଅଧିକାରୀଙ୍କ ବୟାନ୍ ଆଧାରରେ, ଟ୍ରେନ୍ ୧୫ଦିନ ପାଇଁ ଆସାମ୍, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ମେଘାଳୟ ଦେଇ ଉତ୍ତର-ପୂର୍ବର ସମସ୍ତ ପର୍ଯ୍ୟଟନସ୍ଥଳି ଦେଇ ଗତି କରିବ । ୨୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା, ଆସାମର ଗୌହାଟୀ, ଶିବସାଗର, କାଜିରଙ୍ଗା, ତ୍ରିପୁରାର ଉନାକୋଟି, ଅଗରତାଲା, ଉଦୟପୁର, ନାଗାଲାଣ୍ଡ, ମେଘାଳୟ, ସିଲଙ୍ଗ ସମେତ ଚେରାପୁଞ୍ଜି ଦେଇ ଗତି କରିବ ।
ଏହି ଯାତ୍ରାରେ ଅଲଗା ଅଲଗା କୋଚ୍ ପାଇଁ ୧ଲକ୍ଷ ୬ହଜାର ୯୯୦ରୁ ଆରମ୍ଭ କରି ୧ଲକ୍ଷ ୪୯ହଜାର ୯୯୦ ଟଙ୍କା ଯାଏଁ ଟିକେଟର ମୂଲ୍ୟ ରହିଥିବା ବେଳେ ପର୍ଯ୍ୟଟକ ଚାହିଁଲେ ଟିକେଟ୍ ପଇସା ପୈଠ କରିବା ପାଇଁ ଇଏମଆ ସୁବିଧାର ଲାଭ ଉଠାଇ ପାରିବେ ।