ଜମିବାଡ଼ିକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ: ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ

239

କନକ ବ୍ୟୁରୋ: ଜମିବାଡ଼ିକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ । ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଓ ଭୁତଡିହି ଗାଁର ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣେ ମୃତ, ୨ ଗୁରୁତର ହୋଇଛନ୍ତି । ଇଟାମାଟି ଥାନାର ଲାଠିପଡ଼ା ଗାଁର ଜଗଦେବ ପରିଡା ଓ ଭୂତଡିହି ଗ୍ରାମର ଜଗୁ ରାଉତଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ଗାଁ କମିଟି ମାଧ୍ୟମରେ ମାମଲା ସମାଧାନର ପ୍ରସ୍ତାବ ରହିଥିଲା । ଅପରାହ୍ଣରେ ଜଗଦେବ ପରିଡା ଓ ତାଙ୍କ ଦୁଇ ପୁଅ ଭୂତଡିହି ଛକରେ ଥିବା ଆଖୁଶାଳରେ କାମ କରୁଥିବା ବେଳେ ଜଗୁ ରାଉତ, ତାଙ୍କର ପୁଅମାନେ ମିଶି ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଗଦେବଙ୍କ ବଡ଼ ପୁଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସାନ ଭାଇ ଓ ବାପା ଗୁରୁତର ଆହତ ହୋଇଛନ୍ତି । ପୁଲିସ ଶବ ଜବତ କରିଛି ତଦନ୍ତ ଆରମ୍ଭ କରିଛି ।