ପ୍ରମିକାକୁ ଦେଖା କରିବାକୁ ଯାଇ ଆଉ ଫେରିଲାନି ପ୍ରେମିକ । ମାଟିତଳୁ ମିଳିଲା ଯୁବକଙ୍କ ମୃତଦେହ

283

କନକ ବ୍ୟୁରୋ : ପ୍ରେମିକାକୁ ଦେଖାକରିବାକୁ ଯାଇ ଫେରିଲାନି ପ୍ରେମିକ । ନିଖୋଜ ହେବାର ୧୦ ଦିନ ପରେ ଜଙ୍ଗଲରୁ ମାଟିତଳୁ ମିିଳିଲା ଯୁବକଙ୍କ ଗଳିତ ମୃତଦେହ । କନ୍ଧମାଳ ବାଲିଗୁଡା ତଳିପଡ଼ାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
ବୌଦ୍ଧ କଂଟାମାଳ ଘଂଟପଡ଼ାର ଶୁକଦେବ ରଣା ତଳିପଡ଼ାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଝିଅର ଏହି ପ୍ରେମ ସମ୍ପର୍କକୁ ପରିବାର ଲୋକେ ବିରୋଧ କରିଆସୁଥିଲେ । ଘଟଣାଦିନ ପ୍ରେମିକାକୁ ଦେଖା କରିବାକୁ ଯୁବକ ଜଣକ ତାଙ୍କ ଗାଁ ତଳିପଡ଼ାକୁ ଆସିଥିଲେ । ହେଲେ ଝିଅର ପରିବାର ଲୋକେ ଏ ସମ୍ପର୍କରେ ଜାଣିବାପରେ ଘଟଣାସ୍ଥଳରେ ଯୁବକଙ୍କୁ ପିଟ ହତ୍ୟା କରିବା ପରେ ମୃତ ଦେହକୁ ଜଙ୍ଗଲରେ ପୋତି ଦେଇ ଚାଲିଯାଇଥିଲେ । ସେହିଦିନ ଠାରୁ ଯୁବକ ଜଣକ ଘରକୁ ନଫେରିବାରୁ ଯୁବକଙ୍କ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପଚରାଉଚୁରା କରାଯିବା ପରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୁରାକ ପାଇଥିଲା ପୁଲିସ୍ । ଏନେଇ ୪ ଜଣଙ୍କୁ ଗିରଫ କରାଯିବା ସହ ଅଧିକ ଖୋଳତାଡ ଜାରି ରହିଛି ।