ସ୍ତ୍ରୀଙ୍କ ସହ ୩ ପୋଷା କୁକୁରଙ୍କୁ ଭରଣପୋଷଣ ଦେବେ ସ୍ୱାମୀ । ବାନ୍ଦ୍ରା ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ଦେଲେ ନିିର୍ଦ୍ଦେଶ ।

140

କନକ ବ୍ୟୁରୋ: ପତ୍ନୀଙ୍କ ସହ ୩ଟି ପୋଷା କୁକୁରର ଭରଣପୋଷଣ ଦେବେ ସ୍ୱାମୀ । ପାରିବାରିକ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ ପତ୍ନୀଙ୍କ ସହ ତାଙ୍କର ୩ଟି ପୋଷା କୁକୁରୁଙ୍କ ମଧ୍ୟ ଭରଣପୋଷଣ ଦେବା ପାଇଁ ପୂର୍ବତନ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୫୫ବର୍ଷୀୟ ମହିଳା ଏହା ପାଇଁ କୋର୍ଟରେ ଅପିଲ କରିଥିଲେ । ୧୯୮୬ ମସିହାରେ ଏମାନଙ୍କ ବିବାହ ହୋଇଥିଲା । ଦୁଇ ସନ୍ତାନ ବିଦେଶରେ ରହୁଛନ୍ତି । ୨୦୨୧ ମସିହା ପରଠୁ ସ୍ୱାମୀ ସ୍ତ୍ରୀ ଅଲଗା ରହୁଛନ୍ତି । ବିବାହ ବିଚ୍ଛେଦ ପରେ ସ୍ତ୍ରୀଙ୍କୁ ସ୍ୱାମୀ ଯେତିକି ଟଙ୍କା ଦେଉଥିଲେ ସେଥିରେ ୩ କୁୁକୁରଙ୍କ ସହ ଚଳିବାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ବାନ୍ଦ୍ରା ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟଙ୍କ ସେ ଦ୍ୱାରସ୍ଥ ହୋଇଥିଲେ । ସ୍ୱାମୀ ଆର୍ଥିକ ଦୃଷ୍ଟିକୋଣରୁ ବେଶ ସ୍ୱଚ୍ଛଳ ଥିବାରୁ କୋର୍ଟ ସ୍ତ୍ରୀଙ୍କ ସମେତ ୩ ପୋଷା କୁକୁରଙ୍କ ଭରଣପୋଷଣ ଦେବାକୁ କହିଥିଲେ । ଏଥିସହ କୋର୍ଟ କହିଥିଲେ ପୋଷା ଜୀବଜନ୍ତୁ ଏଭ ସଭ୍ୟ ଜୀବନଶୈଳୀର ଅଭିନ୍ନ ଅଂଶ । ମଣିଷ ପାଇଁ ସୁସ୍ଥ ଜୀବନ ଜିଇଁବାରେ ପୋଷା ପ୍ର୍ରାଣୀଙ୍କ ଆବଶ୍ୟକତା ରହିଛି । ଛାଡପତ୍ର ପରେ ମଧ୍ୟ ଏମାନଙ୍କୁ ପ୍ରତି ଥିବା ଉତ୍ତର ଦାୟିତ୍ୱରୁ ମୁକୁଳିବା ଉଚିତ ନୁହେଁ ।