କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀ ସିଇଓ ଓ ଏମଡିଙ୍କୁ ଭୁଜାଲି ଭୁଷି ହତ୍ୟା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କଲେ କମ୍ପାନୀ ୩ ପୂର୍ବତନ କର୍ମଚାରୀ ।

396

କନକ ବ୍ୟୁରୋ: ବେଙ୍ଗାଲୁରରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀର ସିଇଓ ଓ ଏମଡିକୁ ଭୁଜାଲି ଭୁଷି ହତ୍ୟା କରାଯାଇଛି । ତେବେ ଏହି ହତ୍ୟା ଆଉ କେହି ନୁହେଁ କମ୍ପାନୀର ପୂର୍ବତନ କର୍ମଚାରୀ କରିଛନ୍ତି । ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ।

  • ବେଙ୍ଗାଲୁରର ଡବଲ ମର୍ଡର
  • ସିଇଓ ଓ ଏମଡିଙ୍କୁ ହତ୍ୟା
  • ଭୁଜାଲି ଭୁଷିଲେ ପୂର୍ବତନ କର୍ମଚାରୀ
  • ୨୪ ଘଣ୍ଟା ପରେ ୩ ଅଭିଯୁକ୍ତ ଗିରଫ

ଫିନିନ୍ଦ୍ର ସୁବ୍ରମଣ୍ୟମ ଓ ବିନୁ ଶିବକୁମାର । ବେଙ୍ଗାଲୁରର ଏରୋନେଟିକ୍ସ ଇଣ୍ଟରନେଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ସବୁଦିନ ପରି ଜୁଲାଇ ୧୧ ତାରିଖରେ ନିଜ କାର୍ଯ୍ୟାଳୟକୁ ଆସିଥିଲେ । ଅପରାହ୍ନ ପାଖାପାଖି ୪ଟା ସମୟର ଘଟଣା । ହଠାତ ସୁରକ୍ଷାକୁ ଭେଦ କରି କାର୍ଯ୍ୟାଳୟକୁ ଜୋରଜବରଦସ୍ତି ପଶିଥିଲେ ତିନିଜଣ ଯୁବକ । କେହି କିଛି ବୁଝିବା ଆଗରୁ ଫନିନ୍ଦ୍ର ଓ ବିନୁଙ୍କ ଉପରେ ଏମାନେ ଆକ୍ରମଣ କରିଥିଲେ । ଛୁରି, ଭୁଜାଲି ଭୁଷି ଫନିନ୍ଦ୍ର ଓ ବିନୁଙ୍କୁ ହତ୍ୟା କରିଥିଲେ ଦୁବୁର୍ତ ।

ଏହି ୩ ଅଭିଯୁୁକ୍ତ ହେଲେ ଶାହାବାରିଶ, ବିନୟ ରେଡ୍ଡୀ ଓ ସନ୍ତୋଷ । ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ସାହାବାରିଶ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ କରିଥିଲା ଓ ଲେଖିଥିଲା ସେ କେବଳ ଖରାପ ଲୋକଙ୍କଠୁ ପ୍ରତିଶୋଧ ନିଏ । ସୋସିଆଲ ମିଡିଆରେ ଜୋରକର ଫିଲିକ୍ସରେ ନାଁରେ ରହିଛି ଅଭିଯୁକ୍ତର ଆକାଉଣ୍ଟ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଏହି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁର ପୁଲିସ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ହତ୍ୟାକାଣ୍ଡର କାରଣ ।

୩ ଅଭିଯୁକ୍ତ ପୂର୍ବରୁ ଫନିନ୍ଦ୍ର ଓ ବିନୁଙ୍କ ଏରୋନେଟିକ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ କୌଣସି କାରଣରୁ ତାଙ୍କୁ କମ୍ପାନୀର ବାହାର କରିଥିଲେ ସିଇଓ ଓ ଏମଡି । ପରେ ୩ଜଣ ମିଶି ସମାନ ଏକ ଇଣ୍ଟରନେଟ କମ୍ପାନୀ ଖୋଲି ବ୍ୟବସାୟ କରୁଥିଲେ । ତେବେ ଫିନିନ୍ଦ୍ର ଓ ଶିବୁଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦିତା ଲାଗି ରହିବା ସହ କଥାକଟି ମଧ୍ୟ ହେଉଥିଲା । ଏହାର ପ୍ରତିଶୋଧ ନେବାକୁ ଏମାନେ ହତ୍ୟା କରିଥିବା ନିଜ ବୟାନରେ କହିଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ଏହାର ସତ୍ୟତା ଜାଣିବା ପାଇଁ ବିଭିନ୍ନ ଦିଗରେ ତଦନ୍ତ କରୁଛି ପୁଲିସ ।