ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମହଙ୍ଗା ହେବ ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼ ଓ କ୍ୟାସିନୋ । ସିନେମା ହଲରେ ଖାଇବା ହେବ ଶସ୍ତା

160

କନକ ବ୍ୟୁରୋ: ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଖେଳିବା ହେବ ମହଙ୍ଗା । ହଲ ଭିତରେ ଥିବା ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା । ସେହିପରି କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ ଜିଏସଟି ଛାଡ଼ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୫୦ ତମ ବୈଠକରେ ଏହି ନିଷ୍ପତି ହୋଇଛି । ଅଗଷ୍ଟ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ ।

  • ଶସ୍ତା ହେବ ସିନେପ୍ଲେକ୍ସରେ ଖାଇବା
  • କର୍କଟ, ବିରଳ ରୋଗ ଔଷଧରୁ ଜିଏସଟି ଛାଡ଼
  • ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଶସ୍ତା ହେବ କର୍କଟ ଓ ବିରଳ ରୋଗର ଔଷଧ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୫୦ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ଅନେକ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରାଯାଇଛି । ସିନେମା ହଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଦର ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି କ୍ୟାନସର ଭଳି ବିରଳ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧକୁ ଜିଏସଟିରୁ ଛାଡ଼ କରାଯାଇଛି । କ୍ୟାନସର ଔଷଧ ଡିନୁଟକ୍ସିମ୍ୟାବର ଗୋଟିଏ ଡୋଜ୍ ୬୩ ଲକ୍ଷ ଟଙ୍କା ପଡ଼ୁଥିଲା । ଏହାକୁ ବିଦେଶରୁ ଆମଦାନୀ କରାଯାଉଥିଲା । ଏହା ଉପରେ ୧୨ ପ୍ରତିଶତ ଆଇଜିଏସଟି ଲଗାଯାଏ । ଯାହାକୁ ଜିଏସଟି ପରିଷଦ ଏବେ ଶୂନ ପ୍ରତିଶତ କରିଦେଇଛି । ଆମଦାନୀ ଶସ୍ତା ହେବା ପରେ ଏହାକୁ କମ୍ ଦରରେ କିଣାଯାଇପାରିବ ।

କ’ଣ ହେବ ଶସ୍ତା?

  • ରୋଷେଇ ଓ ଭଜା ହୋଇନଥିବା ସ୍ନାକ୍ସ ୫%କୁ ହ୍ରାସ
  • ଫିସ୍ ସଲ୍ୟୁବଲ ପେଷ୍ଟ, ଏଲଡି ସ୍ଲାଗ ଓ ଇମିଟେସନ୍ ଜରି ସୁତା ୫%କୁ ହ୍ରାସ
  • ବିଦେଶରୁ ଆମଦାନୀ କର୍କଟ ଔଷଧ ଉପରେ ଆଇଜିଏସଟି ଲଗାଯିବ ନାହିଁ
  • ସିନେପ୍ଲେକ୍ସରେ ଖାଇବା ହେବ ଶସ୍ତା
  • ୧୦୦ ଟଙ୍କାରୁ କମ୍ ଦାମ୍ର ସିନେମା ଟିକଟ ଉପରେ ୧୨% ଟିକସ
  • ୧୦୦ ଟଙ୍କାରୁ ଅଧିକ ଦାମ୍ର ଟିକଟ ଉପରେ ୧୮% ଟିକସ

ସେହିପରି ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଉପରେ ଏଣିକି ୨୮ ପ୍ରତିଶତ ଜିଏସଟି ଲାଗିବ । ବେଟର ସମ୍ପୂର୍ଣ୍ଣ ଫେସ୍ ଭାଲ୍ୟୁ ଉପରେ ଏହି ଟିକସ ଲାଗିବ । ଏହାଦ୍ୱାରା କରଦାତାଙ୍କୁ ବଡ ଆଶ୍ୱସ୍ତି ମିଳିବ । ଜିଏସଟି ସମ୍ପର୍କିତ ବିବାଦକୁ ଏଠାରେ ସହଜରେ ସମାଧାନ କରାଯାଇପାରିବ । ମହାରାଷ୍ଟ୍ରରେ ୭ଟି ଓ ପଶ୍ଚିମବଙ୍ଗରେ ୨ଟି ଜିଏସଟି ଟ୍ରିବ୍ୟୁନାଲ ଗଠନ ହେବ ।

କ’ଣ ହେବ ମହଙ୍ଗା?

  • ମଲ୍ଟି ୟୁଟିଲିଟି ଭେହିକିଲ୍ସ ଉପରେ ୨୨% କ୍ଷତିପୂରଣ ସେସ୍ ଲାଗିବ
  • ସେଡାନ୍ କାର୍ ଉପରେ ସେସ୍ ଲାଗୁ ହେବ ନାହିଁ
  • ଏହି କାର୍ ଉପରେ ୨୮% ଜିଏସଟି ଅଲଗା ଲାଗିବ
  • ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼, କ୍ୟାସିନୋରେ ୨୮% ଜିଏସଟି

ଏହାରି ଭିତରେ ଜିଏସଟିର କାର୍ଯ୍ୟକାରିତାକୁ ୬ ବର୍ଷ ପୂରିଛି । ସରକାର ଚଳିତ ବର୍ଷ ଜୁନରେ ରେକର୍ଡ ୧.୬୧ ଲକ୍ଷ ଟଙ୍କାର ଜିଏସଟି ସଂଗ୍ରହ କରିଛନ୍ତି । ଯାହା ବାର୍ଷିକ ଆଧାରରେ ପ୍ରାୟ ୧୨ ପ୍ରତିଶତ ଅଧିକ ବୋଲି କୁହାଯାଉଛି ।