ସୁନାବେଶ ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ : ୧୬ରୁ ଅଧିକ ଆହତ, ୧୦ ଗୁରୁତର; ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି

615

କନକ ବ୍ୟୁରୋ : ସୁନାବେଶ ଦର୍ଶନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି । ପିପିଲି ନିକଟରେ ବାଇକ ଓ କାର ମଧ୍ୟରେ ଦୃଘର୍ଟଣା ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ରହିଛି ।

ଆହତମାନଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗତକାଲି ସୁନାବେଶ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଲୋକ ଅପରାହ୍ନ ସମୟରେ ପୁରୀ ମୁହାଁ ହୋଇଥିଲେ । ଯେଉଁଥିପାଇଁ ପୁରୀଠୁ ଭୁବନେଶ୍ୱର ରାସ୍ତା ଲୋକାରଣ୍ୟ ହୋଇ ଉଠିଥିଲା । ଆହତମାନଙ୍କ ଘର ଭୁବନେଶ୍ୱର, କଟକ, ପାଣିକୋଇଲି ଆଦି ରହିଛି ।