ପ୍ରଥମ ଦିନରେ ୧୩ ଲକ୍ଷରୁ ଅଧିକ ପିଲା ନେଲେ ଟିକା । ଓଡିଶାରେ ମଧ୍ୟ ୯୩୯ କେନ୍ଦ୍ରରେ କିଶୋରଙ୍କୁ ଦିଆଗଲା ଟିକା ।

123

କନକ ବ୍ୟୁରୋ: ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ଆରମ୍ଭ ହୋଇଛି ଟିକାଦାନ । ଦିନ ୩ଟା ସୁଦ୍ଧା ଦେଶରେ ୧୩ ଲକ୍ଷ ପିଲାଙ୍କୁ ଟିକାକରଣ କରାଯାଇଛି । ରାଜ୍ୟରେ  ପିଲାଙ୍କୁ ଟିକା ଦେବାକୁ ୩୧୯୩ ଟିକା କେନ୍ଦ୍ରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ର କରାଯାଇଥିବା ବେଳେ, ଯେଉଁ କେନ୍ଦ୍ର ଗୁଡିକରେ ପୂର୍ବରୁ ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦିଆଯାଉଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ମଧ୍ୟ ଟିକା ନେଉଛନ୍ତି । ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରୁଛନ୍ତି । ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିଛନ୍ତି ।

ସ୍କୁଲ ଅଧ୍ୟକ୍ଷମାନେ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିଛନ୍ତି ସିଡିଏମଓ । ରାଜ୍ୟର ପ୍ରାୟ ୨୫ଲକ୍ଷ ପିଲା ୧୫ ରୁ ୧୮ ବର୍ଷ ବୟସର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲ ଓ କଲେଜରେ ପଢ଼ୁଛନ୍ତି । ବର୍ତ୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର । ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ । ମାଟିକ୍ର ସମେଟିଭ୍ ପରୀକ୍ଷା ଥିବାରୁ ୮ତାରିଖ ପରେ ସେମାନଙ୍କୁ ଟିକା ଦେବାକୁ ପରାମର୍ଶ ଦିଆଯାଇଛି ।