ଆଜି ସ୍ୱିଜରାଲଣ୍ଡ ପହଂଚିବେ ମୋଦି ! ବିଶ୍ୱର ବଛା ବଛା କଂପାନୀର ସିଇଓଙ୍କ ସହ ଆଜି ସାକ୍ଷାତ

30

କନକ ବ୍ୟୁରୋ : ୱାର୍ଲଡ ଇକୋନମିକ ଫୋରମରେ ସାମିଲ ହେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱିଜରଲାଣ୍ଡର ଡାଭୋସ ପହଂଚିବେ । ମୋଦିଙ୍କ ପ୍ରତିନିଧି ମଣ୍ଡଳିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ସୁରେଶ ପ୍ରଭୁ, ଜିତେନ୍ଦ୍ର ସିଂ, ଏମଜେ ଆକବର ମଧ୍ୟ ସାମିଲ ହେବେ । ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ସାରା ବିଶ୍ୱର ବଡ ବଡ କଂପାନୀର ସିଇଓଙ୍କ ସହ ସାକ୍ଷାତ ଆଲୋଚନା ଓ ଡିନର କରିବେ ।

ସେହିପରି ବୁଧବାର ଡବ୍ଲୁଇଏଫର ଅନ୍ତରାଷ୍ଟ୍ରୀୟ ବ୍ୟାପର ସମୁଦାୟକୁ ସମ୍ବୋଧିନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ମଙ୍ଗଳବାର ଡାଭୋସ ସମ୍ମିଳନୀର ଅନୁଷ୍ଠାନିକ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଭାରତକୁ ମୁକ୍ତ ଅର୍ଥବ୍ୟବସ୍ଥା ଭାବେ ଉପସ୍ଥାପିତ କରିପାରନ୍ତି, ଯାହା ନିବେଶ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ୱାର୍ଲଡ ଇକୋନମିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଓ ଭାରତୀୟ ବ୍ୟଂଞ୍ଜନର ପ୍ରମୋଟ କରିବେ । ପ୍ରଧାନମନ୍ତ୍ରୀଙ୍କ ଡେଲିଗେସନ ଡାଭୋସ ସମ୍ମିଳନୀରେ ବରଫରେ ଯୋଗ କ୍ଲାସ ନେବାର ସୂଚନା ମିଳିଛି ।