ମୋବାଇଲ ଚାର୍ଜର ନେଲା ଜୀବନ ! ଚାର୍ଜର ପିନକୁ ପାଟିରେ ପୁରାଇ ୬ ମାସ ଶିଶୁ କନ୍ୟାର ମୃତ୍ୟୁ

3,263

କନକ ବ୍ୟୁରୋ : ମୋବାଇଲ ଚାର୍ଜର ନେଇଗଲା ଶିଶୁର ଜୀବନ । ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ୬ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ବାଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ୍ ସୁଇଚ ବୋର୍ଡକୁ ସଂଯୋଗ ହୋଇଥିବା ଏକ ଚାର୍ଜର ପିନକୁ ଚୋବାଇଦେବାରୁ ପିଲାର ମୃତ୍ୟୁ ହୋଇଛି ।

ଗତ ବୁଧବାର ସୁଇଜ ଅନ ଥିବା ବେଳେ ଶିଶୁଟି ପିନକୁ ପାଟିରେ ପୁରାଇ ଚୋବାଇ ଦେଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁକୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ମୃତ ଶିଶୁଟି ସ୍ଥାନୀୟ ଉତର କାନାଡା ଜିଲ୍ଲାର ସିଦ୍ଦରଡା ଗାଁ ସନ୍ତୋଷ କାଲଗୁଟକର ଝିଅ । ଚାର୍ଜରର ସୁଇଚ ଅନ ଥିବା ଯୋଗୁ ପିଲାଟିର ମୃତ୍ୟୁ ହୋଇଥିବା ପୁଲିସ କହିଛି ।