କରୋନା କାଳରେ କମିଲା ସାଧାରଣ ଲୋକଙ୍କ ଆୟ : ମାଲାମାଲ ହେଲେ ଜାତୀୟ ରାଜନୈତିକ ଦଳ; ବର୍ଷକରେ ବଢ଼ିଲା ୧୫୩୧ କୋଟି ଟଙ୍କା

136

କନକ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୦-୨୦୨୧ ଏବଂ ୨୦୨୧-୨୨ରେ କରୋନା ଯୋଗୁଁ ସାଧାରଣ ଲୋକଙ୍କ ଆୟ କମିଥିଲା ବେଳେ ରାଜନୈତିକ ଦଳଙ୍କ ଆୟ ବଢିଛି । ଏଡିଆର ରିପୋର୍ଟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଦେଶର ୮ଟି ରାଜନୈତିକ ଦଳଙ୍କ ସମ୍ପତ୍ତି ବର୍ଷକରେ ୧୫୩୧ କୋଟି ଟଙ୍କା ବୃଦ୍ଧି ପାଇଛି ।

ସେହି ଦଳଗୁଡିକ ହେଲା ବିଜେପି, କଂଗ୍ରେସ, ଏନସିପି, ବିଏସପି, ସିପିଆଇ, ସିପିଏମ, ଟିଏମସି ଏବଂ ଏନପିପି । ଏହି ଦଳଗୁଡିକର ମୋଟ ସମ୍ପତ୍ତି ଆର୍ଥିକ ୨୦-୨୧ରେ ୭ ହଜାର ୨୯୭ ଦଶମିକ ୬୨ କୋଟି ରହିଥିଲା । କିନ୍ତୁ ବର୍ଷକ ପରେ ୮ଟି ଦଳର ସମ୍ପତ୍ତି ୮ହଜାର ୮୨୯ ଦଶମିକ ୧୬କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆସୋସିଏସନ ଅଫ ଡେମୋକ୍ରାଟିକ୍ ରିଫର୍ମ ପ କ୍ଷରୁ ଜାରି ରିପୋର୍ଟ ଅନୁସାରେ ଦେଶର ସବୁଠୁ ଧନୀ ଦଳ ହୋଇଛି ଭାରତୀୟ ଜନତା ପାର୍ଟି ।

ବର୍ଷକରେ ବିଜେପିର ସଂପତି ୨୧ ପ୍ରତିଶତ ବୃଦ୍ଧି ପାଇ ୬ହଜାର ୪୬ ଦଶମିକ ୮୧ କୋଟି ଟଙ୍କା ହୋଇଛି । ସେହିପରି କଂଗ୍ରେସର ସଂପତି ୧୬ ପ୍ରତିଶତ ବୃଦ୍ଧି ପାଇ ୮୦୫ ଦଶମିକ ୬୮ କୋଟି ଟଙ୍କା ହୋଇଛି । ତେବେ ୮ଟି ଜାତୀୟ ଦଳ ମଧ୍ୟରୁ ଏକମାତ୍ର ଦଳ ଭାବେ ମାୟାବତୀଙ୍କୁ ବିଏସପିର ସଂପତି ହ୍ରାସ ପାଇଛି । ୨୦୨୦-୨୧ ତୁଳନାରେ ବିଏସପିର ସମ୍ପତ୍ତି ହ୍ରାସ ପାଇ ୬ଶହ ୯୦ ଦଶମିକ ୭୧ କୋଟି ଟଙ୍କାରେ ପହଞ୍ଚିଛି ।