ମୋବାଇଲ୍ ଲାଇଟରେ ହେଲା ରୋଗୀଙ୍କ ଚିକିତ୍ସା । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ ଆସିଲା ଅଭାବନୀୟ ଦୃଶ୍ୟ

207

କନକ ବ୍ୟୁରୋ : ମୋବାଇଲ୍ ଲାଇଟରେ ହେଲା ରୋଗୀଙ୍କ ଚିକିତ୍ସା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ ଆସିଛି ଏଭଳି ଦୃଶ୍ୟ । ଗତକାଲି ରାତିରେ ମେଡିକାଲରେ ବିଦ୍ୟୁତ ସରବରାହ ବନ୍ଦ ହେବାଦ୍ୱାରା ଆଉଟଡୋର୍ ଚିକିତ୍ସା କେନ୍ଦ୍ର ତଥା ଏମରଜେନ୍ସି ୱାର୍ଡ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା ।

ଯେଉଁ କାରଣରୁ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ମୋବାଇଲ୍ ଟର୍ଚ୍ଚର ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ । ମୋବାଇଲ୍ ଲାଇଟରେ ଡାକ୍ତରଙ୍କ ଚିକିତ୍ସା କରୁଥିବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ରାଜ୍ୟ ସରକାର ଡାକ୍ତରଖାନାର ଉନ୍ନତିକରଣ ପାଇଁ ଅନେକ ଯୋଜନା କରୁଥିବା ବେଳେ ପାଟଣାଗଡରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛି । ତେବେ ସରକାରୀ ଡାକ୍ତରଖାନାରେ ଏଭଳି ବ୍ୟତିକ୍ରମକୁ ନେଇ କେହିଁ ମୁହଁ ଖୋଲୁନଥିବା ପରିତାପର ବିଷୟ ।