କଟକ ତେଲେଙ୍ଗାପେଣ୍ଠରେ ମନମୋହୁଛି ଇଂଜିନିୟର ବାବୁଙ୍କ ଗଣିତ ପାର୍କ । ପାର୍କରେ ଶୋଭାପାଉଛି ଗଣିତ ଓ ଜ୍ୟାମିତିରେ ବ୍ୟବହୃତ ଉପକରଣ

60

କନକ ବ୍ୟୁରୋ: କଟକ ତେଲେଙ୍ଗାପେଣ୍ଠରେ ରହିଛି ଗଣିତ ପାର୍କ । ପାର୍କରେ ରହିଛି ସମ୍ପୂର୍ଣ୍ଣ ଶୈକ୍ଷିକ ବାତାବରଣ । ଯେଉଁଠି ଗଣିତ ଓ ଜ୍ୟାମିତିରେ ବ୍ୟବହୃତ ବିଭିନ୍ନ ଉପକରଣକୁ ପ୍ରଦର୍ଶନ କରାଯାଇଛି । ନୂତନ ଚିନ୍ତାଧାରାରେ ଏଭଳି ଏକ ଗଣିତ ପାର୍କ ଆରମ୍ଭ କରିଛନ୍ତି ଇଞ୍ଜିନିୟର କାଜଲ ପଟ୍ଟନାୟକ । ବିଭିନ୍ନ ସ୍ଥାନରେ ବିଜ୍ଞାନ ପାର୍କ, ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ପାର୍କ ରହିଥିବା ବେଳେ ଏଠାରେ ଗଣିତ ପାର୍କ ଭଳି ଏକ ସୁନ୍ଦର କରିକଳ୍ପନା କରାଯାଇଛି । ପାର୍କକୁ ଆସୁଥିବା ପିଲାମାନେ ଗଣିତ ବିଷୟରେ ଧାରଣା ପାଇପାରିବେ । କାଜଲ ପଟ୍ଟନାୟକଙ୍କର ପରିକଳ୍ପନା ସାରା ରାଜ୍ୟରେ ପ୍ରଥମ ଓ ସମ୍ପୂଣ୍ଣ ସ୍ୱତନ୍ତ୍ର ବୋଲି କୁହାଯାଉଛି ।