୩ ଜଣଙ୍କୁ ହତ୍ୟା ପରେ ପୁଣି ପରିସ୍ଥିତି ଗମ୍ଭୀର: ଡ୍ରୋନ, ବୋମା, ଓ ଗୁଳିରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ, ସୀମାରେ ସ୍ନାଇପର କମାଣ୍ଡୋ ମୁତୟନ

247

କନକ ବ୍ୟୁରୋ: ମଣିପୁରରେ ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ହିଂସା ଉଗ୍ର ରୂପ ନେଇଛି । ମଣିପୁର ବିଷ୍ଣୁପୁର କ୍ୱାକ୍ଟା ଅଞ୍ଚଳରେ ଆଖିବୁଜା ଗୁଳିମାଡ ହେଉଛି । ଏହାସହ ବୋମା ଓ ଡ୍ରୋନରେ ମଧ୍ୟ ସୁରକ୍ଷା ବଳ ଉପରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ । ତେଣୁ ସୀମାରେ ମୁତୟନ ହୋଇଛନ୍ତି ସ୍ନାଇପର ଓ କମାଣ୍ଡୋ । ଶୁକ୍ରବାର ରାତିରେ ବିଷ୍ଣୁପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯିବା ପରେ ପରିସ୍ଥିତି ଭୟଙ୍କର ହୋଇଛି ।

ଶୁକ୍ରବାର ରାତିରେ ୩ଜଣଙ୍କୁ ହତ୍ୟା କରାଯିବା ପରେ ଅନେକ ଘର ମଧ୍ୟ ପୋଡିଦେଇଛନ୍ତି ଉଗ୍ରବାଦୀ । ବିଷ୍ଣୁପୁର କ୍ୱାକ୍ଟା ଅଞ୍ଚଳରେ ଲଗାତାର ଗୁଳିମାଡ ହେଉଛି ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଉଛି । ଗୁଳିମାଡ ବହୁଲ ପାହାଡିଆ ଅଞ୍ଚଳରେ ଜାରି ରହିଛି । ଏହା ଭିତରେ ଜଣେ କମାଣ୍ଡୋ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଠାରେ ମହିଳାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେିଛି । ମହିଳାମାନେ ରାସ୍ତା ଉପରେ ବସି ବିରୋଧ କରୁଥିବାର ଦେଖାଯାଉଛି ।