ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ । ସ୍କୁଲ ବୁଲିଲେ , ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ।

840

କନକ ବ୍ୟୁରୋ: ଶପଥ ନେବା ପରେ ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉମରକୋଟ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିବା ସହ ଶିକ୍ଷା ବ୍ୟବସ୍ଥା ନେଇ ତଦାରଖ କରିଛନ୍ତିି । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିସହ ମଧ୍ୟାହ୍ନ ଭୋଜନର ମାନ ମଧ୍ୟ ଯାଞ୍ଚ କରିଛନ୍ତି । ପାଠ ପଢ଼ା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁୁ ବିଭିନ୍ନ ପ୍ରଶ୍ନ ମଧ୍ୟ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଆଚରଣ ଏବଂ ବିଭନ୍ନ ସମସ୍ୟା ସମ୍ପର୍କରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲରେ ଶ୍ରେଣୀ ଗୃହ ସମସ୍ୟା ନେଇ ମନ୍ତ୍ରୀଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଜଣାଇବା ପରେ ଖୁବଶୀଘ୍ର ଦୁଇଟି ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।