ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛାଡିଲେ ମନ୍ତ୍ରୀପଦ, ଇସ୍ତଫାକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

176

କନକ ବ୍ୟୁରୋ : ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଓ ଜେଲ ବିଭାଗ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ମୁତାବକ ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଛନ୍ତି । ମନୀଷ ଓ ସତ୍ୟେନ୍ଦ୍ର ଉଭୟ ଏବେ ଦୁର୍ନୀତି ମାମଲାରେ ବିଚାରବିଭାଗୀୟ ହାଜତରେ ରହିଛନ୍ତି ।

ବିଜେପି ତରଫରୁ ଲଗାତର ଭାବେ ଏହି ଦୁଇଜଣମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିଲେ । ଏବେ ବିରୋଧୀଙ୍କ ଦାବିକୁ ନଜରରେ ରଖି ଉଭୟ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟି କହିଛି କି ଏଭଳି ନିଷ୍ପତ୍ତି କୁ ଦିଲ୍ଲୀର ଲକ୍ଷ ଲକ୍ଷ ଅବିଭାବକ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ସୂଚନା ଥାଉକି କିଛି ସମୟ ପୂର୍ବରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଏକ ଝଟକା ଦେଇଥିଲା । ତାଙ୍କ ଗିରଫକୁ ନେଇ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବ ବୋଲି ସ୍ପଷ୍ଟ କରିଦେଇଥିଲେ ।