ମଙ୍ଗଳଯାନ-୧ ମିଶନର ଅନ୍ତ : ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଯୋଗାଯୋଗ ବିଚ୍ଛିନ୍ନ

200

କନକ ବ୍ୟୁରୋ : ଦୀର୍ଘ ୮ ବର୍ଷ ପରେ ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନର ଅନ୍ତ । ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଭୂ-ପୃଷ୍ଠରେ ଥିବା ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୨୦୧୩ ନଭେମ୍ବର ୫ରେ ପିଏସ୍ଏଲଭି ସି-୨୫ ରକେଟ୍ ସହାୟତାରେ ୪୫୦ କୋଟି ଟଙ୍କାର ମାର୍ସ ଅର୍ବିଟର ମିଶନ ମହାକାଶଯାନକୁ ପ୍ରକ୍ଷେପଣ କରାଯାଇଥିଲା । ପ୍ରାୟ ୨୯୮ ଦିନ ଯାତ୍ରା ପରେ ୨୦୧୪ ସେପ୍ଟେମ୍ବର ୨୪ରେ ବୈଜ୍ଞାନିକମାନେ ପ୍ରଥମ ପ୍ରୟାସରେ ଏହାକୁ ମଙ୍ଗଳ କକ୍ଷରେ ଅବସ୍ଥାପିତ କରାଯାଇଥିଲା ।

ସେପଟେ, ବୈଜ୍ଞାନିକମାନେ ପୃଥିବୀର କେନ୍ଦ୍ରସ୍ଥଳ ନିକଟରେ ଏକ ବିଶାଳକାୟ ମହାସାଗର ସନ୍ଧାନ କରିଛନ୍ତି । ଏଥିରେ ଗଚ୍ଛିତ ରହିଥିବା ପାଣି ତୁଳନାରେ ୩ ଗୁଣା ଅଧିକ ହେବା ନେଇ ଆକଳନ କରାଯାଇଛି । ପୃଥିବୀ ପୃଷ୍ଠଭାଗ ତଳେ ଏହି ନୂଆ ତଥା ଷଷ୍ଠ ମହାସାଗରର ସନ୍ଧାନ ମିଳିଛି । ଅନୁମାନ କରାଯାଉଛି ଯେ, ଭୂମିଜନିତ ମହାଦୀପ ଆମ ଗ୍ରହର ପୁରୁଣା ରୂପ ହୋଇପାରେ । ଏାର ସର୍ବାଧିକ ସମ୍ଭାବନା ହେଉଛି ଏହା ପ୍ଲେନେଟ୍ ରେଙ୍କିଙ୍ଗ ପ୍ରଭାବରୁ ସୁରକ୍ଷିତ ରହିଯାଇଛି । ଯାହା ଦ୍ୱାରା ହୋଇଛି ଚନ୍ଦ୍ରର ବିକାଶ । ବୈଜ୍ଞାନିକମାନେ ନୂଅୋ ଭୂଗର୍ଭୀୟ ନମୁନା ଗୁଡ଼ିକୁ ଆକାଶମାର୍ଗ, ଦ୍ୱୀପ ଓ ଆଣ୍ଟାର୍ଟିକାର ବ୍ୟାଲେନି ଦ୍ୱୀପର ପୁରୁଣା ତଥ୍ୟର ଉପଯୋଗ କରି ପ୍ରସ୍ତୁତ କରିଛନ୍ତି ।