ଜିଲ୍ଲା ବାହାରକୁ ନଯିବା ନେଇ ସରକାରୀ ନିୟମରେ ବନ୍ଧା ମହାପ୍ରୟାଣ ଗାଡ଼ି : ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ୱାମୀ

718

କନକ ବ୍ୟୁରୋ : ଜିଲ୍ଲା ବାହାରକୁ ନଯିବା ନେଇ ସରକାରୀ ନିୟମରେ ବନ୍ଧା ମହାପ୍ରୟାଣ ଗାଡ଼ି । ମୃତ ସ୍ତ୍ରୀର ଶବ ନେବାକୁ ପାଖରେ ଟଙ୍କା ନଥିବାରୁ ଭିକ ମାଗିଲେ ସ୍ୱାମୀ । ସମ୍ବଲପୁର ଭୀମସାରରେ ଘଟିଛି ଏହି ଅଭାବନୀୟ ଘଟଣା । ଡାକ୍ତରଖାନା ବାରଣ୍ଡାରେ ଗାମୁଛା ପକାଇ ଛଳ ଛଳ ଆଖିରେ ଭିକ ମାଗୁଥିଲେ ଅନୁଗୁଳ ଜିଲ୍ଲା ବନ୍ତଳା ପୁକତୁଙ୍ଗା ଗାଁର ପାଣ୍ଡବ ମୁଖୀ ।

ତାଙ୍କ ପତ୍ନୀ କର୍କଟ ପୀଡ଼ିତ ହୋଇ ଭୀମସାରରେ ଚିକିତ୍ସା ହେଉଥିଲେ । ମହିଳାଙ୍କ ମୃତ୍ୟୁ ପରେ ଗାଁକୁ ଶବ ନେବାକୁ ପାଣ୍ଡବଙ୍କୁ ଶବ ନେବାକୁ ମହାପ୍ରୟାଣ ଗାଡ଼ି ମିଳିନଥିଲା । ପାଖରେ ବି ତାଙ୍କର ଟଙ୍କା ନଥିବାରୁ ନିରୁପାୟ ହୋଇ ହସ୍ପିଟାଲ ବାରଣ୍ଡାରେ ବସି ଭିକ ମାଗିଥିଲେ ପାଣ୍ଡବ ମୁଖୀ । ମେଡିକାଲରେ ଥିବା ଲୋକ ଏନେଇ ତାଙ୍କ ପରିବାରକୁ ଖବର ଦେବା ପରେ ପରିବାର ଲୋକ ଆସି ପହଞ୍ଚି ମୃତଦେହକୁ ନେଇଥିବା ସୂଚନା ରହିଛି ।