ସ୍ନାନ ପରେ ଜ୍ୱରରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଆଜିଠୁ ଅଲାରନାଥ ଦର୍ଶନ ।

199

କନକ ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଶିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା । ରତ୍ନବେଦୀରେ ପୂଜା ପାଇବେ ପଟି ଦିଅଁ । ଏହି ଅଣସର ସମୟରେ ବ୍ରହ୍ମଗିରରି ଅଲାନାଥ ପୀଠ ପାଲଟିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ।

ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ରତ୍ନ ବେଦୀରେ କାଳିଆ ଠାକୁରଙ୍କ ଦର୍ଶନ ସହ ସମାନ ବୋଲି ବିଶ୍ୱାସ ରହିଛି । ତେଣୁ ଅଲାରନାଥଙ୍କ ପୀଠରେ ସକାଳୁ ସକାଳୁ ଦର୍ଶନ ପାଇଁ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ହୋଇଛି । ନବଯୌବନ ଦର୍ଶନ ଯାଏ ଅଲାରନାଥଙ୍କ ପୀଠରେ ଭିଡ଼ ଜମାଇବେ ଶ୍ରଦ୍ଧାଳୁ ।