ଭଙ୍ଗା ଘରେ ବିତୁଛି ଜୀବନ,ପରିବାର ସହ ଦୟନୀୟ ହୋଇ ରହୁଛନ୍ତି ବସ୍ତା ସିତାଡିହା ଗାଁର ମଦନ ନାୟକ

96

କନକବ୍ୟୁରୋ:ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଅସହାୟ ପରିବାର । ଘର ଖଣ୍ଡଏ ନଥିବାରୁ ବିପଦ ସଙ୍କୁୁଳ ଘରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ଆବାସ ଯୋଜନାରେ ଘର ପାଇଁ ବାରମ୍ବାର ନିବେଦନ କରି ନିରାଶ ହୋଇପଡିଛନ୍ତି । ହେଲେ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରୁନି । ବାଲେଶ୍ୱର ବସ୍ତା ବ୍ଲକ ନାବରା ପଂଚାୟତ ସିତାଡିହା ଗାଁର ମଦନ ନାୟକ । ଘର ଖଣ୍ଡିଏ ନଥିବାରୁ ଭଙ୍ଗା ଦଦରା ଘରେ ବହୁ କଷ୍ଟରେ ଚଳୁଛନ୍ତି ।

ବିପଦ ସଙ୍କୁଳ ମାଟି ଘରେ ପଲିଥିନ ପାଲଟିଛି ଭରସା । ଆଗକୁ ବର୍ଷା ଦିନ ଥିବା ବେଳେ କେତେବେଳେ ଯେ ଘରଟି ଭାଙ୍ଗିଯିବ କହିହେବନି । ମଦନ ଜଣେ ଦିନ ମଜୁରିଆ ହୋଇଥିବା ହୋଇଥିବା ବେଳେ ଘର ଚଳାଇବା ଓ ଘର ତିଆରି କରିବା କଷ୍ଟକର । ମଦନଙ୍କ ଘର ଜରାଜିର୍ଣ୍ଣ ଅବସ୍ତାରେ ରହିଥିବାରୁ ବାରମ୍ବାର ଗୁହାରି ପରେ ନୁତନ ଘର ପାଇଁ ସରକାରୀ ଅଧିକାରୀ ମାନେ ସର୍ଭେ କରି ଯାଇଥିଲେ ହେଲେ ଘର ଆସିନଥିଲା ।

ପଚାରିବାରୁ ଲିଷ୍ଟରେ ନାମ ନଥିବାରୁ ମିଳି ପାରିବ ନାହିଁ ବୋଲି ଜଣାଇଥିଲେ । ହେଲେ ଏହି ସମୟରେ ମଦନଙ୍କ ପାଖରେ ପହଂଚି କିଛି ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ଜଣେ ସମାଜସେବୀ ସୁଦର୍ଶନ ଦାସ । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଭେଟି କିପରି ତୁରନ୍ତ ଆବାସ ଯୋଜନାରେ ଘର ମିଳି ପାରିବେ ସେ ନେଇ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି କରି ନିରାଶ ହୋଇଥଲେ ମଧ୍ୟ ନୂଆ ସରକାର ତାଙ୍କ ଗୁହାରି ଶୁଣିବେ ଏବଂ ତାଙ୍କର ପକ୍କା ଘରେ ରହିବାର ସ୍ୱପ୍ନ ପୁରଣ ହେବ ବୋଲି ଆଶା ବାନ୍ଧି ବସିଛନ୍ତି ମଦନଙ୍କ ପରିବାର ।