ମଣିଷର କାମ କରୁଛି ମେସିନ୍। କାମ ଛଡ଼ାଇ ନେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ!

546

କନକ ବ୍ୟୁରୋ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଏହାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଏକ ନୂଆ ବିତର୍କ । ଏହି ଆର୍ଟିଫିସିଆଲର ଇଣ୍ଟେଲିଜେନ୍ସକୁ ନେଇ ପରୀକ୍ଷାନିରୀକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଏକ ବଡ ବିପଦ ଆଣିଦେଇପାରେ । ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଏହାକୁ ନେଇ ଟ୍ୱିଟ୍ କରି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । କେବଳ ଏଲନ୍ ମସ୍କ ହିଁ ନୁହଁନ୍ତି ଆପଲର ସହ ପ୍ରତିଷ୍ଠାତା ଷ୍ଟିବ୍ ୱଜନିଆକଙ୍କ ସମେତ ଶିକ୍ଷା ଓ ପ୍ରଯୁକ୍ତି ଜଗତର ଏକ ହଜାରରୁ ଅଧିକ ବିଶେଷଜ୍ଞ ଏହି ଆର୍ଟିଫିସିଅ ଇଣ୍ଟେଲିଜେନ୍ସକୁ ବିରୋଧ କରିଛନ୍ତି । ଏଆଇକୁ ନେଇ ଆଜି ଯେଉଁ ଝଡ ସୃଷ୍ଟି ହୋଇଛି ଏହା ପଛରେ ରହିଛି ‘ଚାଟ୍ ଜିପିଟି’ ।

ନିକଟରେ ଏକ ହତ୍ୟାମାମଲାରେ ଜାମିନ ଶୁଣାଣିବେଳେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଚାର୍ଟ ଜିପିଟି ବ୍ୟବହାର କରିଥିଲେ । ଅପରାଧ ଅତ୍ୟନ୍ତ ଜଘନ୍ୟ ଥିବାରୁ ଜାମିନ୍ ନାମଞ୍ଜୁର ହୋଇଥିଲା । ପରେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଚ୍ୟାଟ୍ ଜିପିଟିର ବ୍ୟବହାର ମାମଲାର ଫଇସଲା ପାଇଁ କରାଯାଇ ନଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେଲେ ଚାର୍ଟ ଜିପିଟି ଲଞ୍ଚ ହେବାର ମାତ୍ର ୫ ଦିନ ଭିତରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧ ମିଲିଅନ୍ ଅତିକ୍ରମ କରି ଯାଇଥିଲା । ଇତିହାସରେ କୌଣସି ପ୍ରଡକ୍ଟ, ସର୍ଭିସ୍ର ଅବା କୌଣସି ଟେକ୍ନୋଲୋଜିର ବ୍ୟବହାର ଏତେ ମାତ୍ରାରେ ଏତେ କମ୍ ଦିନ ଭିତରେ ଦେଖିବାକୁ ମିଳିନାହିଁ । ଏବେ ଏହା କେବଳ ଡେଭଲପିଂ ଷ୍ଟେଜରେ ଅଛି । ଏହାକୁ ନେଇ ଆହୁରି ଅନୁଧ୍ୟାନ ଜାରି ରହିଛି । ଯେବେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, କେତେ ଭୟଙ୍କର ହେବ ଥରେ ଚିନ୍ତା କରନ୍ତୁ ।

ବେକାରୀ ସମସ୍ୟା ବଢାଇବ ‘ଏଆଇ’!
– ଦିନକୁ ଦିନ ଉନ୍ନତ ହେଉଛି କୃତ୍ରିମ ବୁଦ୍ଧିମତା
– ପାରମ୍ପରିକ ଚାକିରି ପ୍ରତି ବଡ଼ ବିପଦ ‘ଏଆଇ’
– ମଣିଷ ମସ୍ତିଷ୍କ କାମ କରୁଛି ‘ଏଆଇ’
– ଆଗାମୀ କିଛି ମାସ ଭିତରେ ବହୁ ଚାକିରି ଉଭାନ୍ ହେବାର ସମ୍ଭାବନା
– ଆର୍ଥିକ ସଂସ୍ଥା ‘ଗୋଲ୍ଡମ୍ୟାନ୍ ସଚ୍ସ’ର ଆକଳନ
– ୩୦ କୋଟି ସ୍ଥାୟୀ ଚାକିରି ପ୍ରଭାବିତ ହେବ
– ‘ଏଆଇ’ ପାଇଁ ଶ୍ରମ ବଜାରରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହେବ