STF ଜାଲରେ ବାଘ ଶିକାରୀ: ଜବତ ହେଲା ବାଘ ଛାଲ, ଗିରଫ ହେଲେ ୩ ଅଭିଯୁକ୍ତ ।

170

କନକ ବ୍ୟୁରୋ: ଜବତ ହେଲା ବାଘ ଛାଲ. ଗିରଫ ହେଲେ ୩ ଅଭିଯୁକ୍ତ । ଦେବଗଡ଼ରୁ ଜବତ ହେଲା କଲରାପତରିଆ ବାଘ ଛାଲ । ତେବେ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ । ୩ ଅଭିଯୁକ୍ତଙ୍କୁ ଦେବଗଡରୁ ଗିରଫ କରାଯାଇଛି । ବାଘ ଛାଲ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ । ଗିରଫ ୩ଜଣ ହେଲେ ସୁନ୍ଦରଗଡ ସଚିକାନ୍ତ ନାୟକ, ଦେବଗଡର ରମଣିସେନ ବେହେରା ଓ ଦେବଗଡର ଜଗନଦତ ବେହେରା ।

ସୂଚନା ମୁତାବକ, ଏଠାରୁ ରାଜ୍ୟ ବାହାରକୁ ବାଘ ଛାଲ ଚାଲାଣ ହେଉଥିବା ସନ୍ଦେହ କରୁଛି କ୍ରାଇମବ୍ରାଂଚ ସ୍ପେଶାଲ ଟାସ୍କ ଫୋର୍ସ । ତେବେ ଏହାରି ମଧ୍ୟରେ ବାଘ ଛାଲ ଜବତ ହେବାପରେ ଏବେ କ୍ରାଇମବ୍ରାଞ୍ଚ ତରଫରୁ ଖୋଳତାଡ଼ କରାଯାଉଛି । ତେବେ ଏମାନଙ୍କ ଚୋରା ଚାଲାଣ ଲିଙ୍କ୍ କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ତାହାର ଖୋଳତାଡ଼ରେ ଲାଗିଛି ଏସଟିଏଫ୍ ।