ବିଶ୍ୱକପରେ ବଢୁଛି ରୋମାଞ୍ଚ । ଟ୍ରଫି ପାଇଁ ଚାଲିଛି ବଡ ଲଢେଇ, ଦେଖନ୍ତୁ କେଉଁ ୪ଟି ଟିମକୁ ମିଳିପାରେ ସେମି-ଫାଇନାଲ ଟିକେଟ୍ ।

580

କନକ ବ୍ୟୁରୋ : କଣ ରହିବ ବିଶ୍ୱକପର ସେମି ଫାଇନାଲ୍ ଲାଇନ୍ ଅପ୍ । କେଉଁ ୪ଟି ଟିମ୍ ପହଁଚିବେ ବିଶ୍ୱକପର ସେମିଫାଇନାଲରେ, ତାହା ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର । ବିଶ୍ୱକପର ଅଧା ମ୍ୟାଚ୍ ସରିବା ପରେ ଧୀରେ ଧୀରେ ଫୋକସକୁ ଆସିଗଲାଣି ଦଳ ଗୁଡିକର ପଏଣ୍ଟ ତାଲିକା । ଏହାକୁ ନେଇ ଅନୁମାନ କରାଯାଉଛି ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପହଁଚିବେ ବିଶ୍ୱକପ ସେମିରେ ।

ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏବେ ୬ଟି ମ୍ୟାଚରୁ ୫ଟି ବିଜୟ ସହ ୧୦ ପଏଂଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଗତଥରର ରନର୍ସ ଅପ୍ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରୁ ଏବେ ୯ ପଏଂଟ ହାସଲ କରିସାରିଲାଣି । ସେହିପରି ଇଂଲଣ୍ଡ ୫ ମ୍ୟାଚରୁ ୮ ପଏଂଟ ହାସଲ କରିଛି । ଭାରତ ୪ଟି ମ୍ୟାଚରୁ ୭ ପଏଂଟ ହାସଲ କରି ପଏଂଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ତେବେ ବିଶ୍ୱକପରେ ବିପର୍ଯ୍ୟୟ ଘଟାଇପାରନ୍ତି ୨ ଟିମ୍ । ଆଉ ଏହି ଦୁଇଠି ଦେଶ ହେଉଛି ପାକିସ୍ତାନ ଓ ବାଂଲାଦେଶ । ପାକିସ୍ତାନ ପାଇଁ ସେମି ଫାଇନାଲ ରାସ୍ତା କଷ୍ଟକର । ୫ଟି ମ୍ୟାଚରୁ ଦଳକୁ ମିଳିଛି ମାତ୍ର ୩ ପଏଂଟ । ଭାରତ ଖେଳିଥିବା ୪ ମ୍ୟାଚରୁ ପାଇଛି ୭ ପଏଂଟ । ଆଗକୁ ରହିଛି ଆଉ ୫ଟି ମ୍ୟାଚ୍ । ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବ ବିରାଟ ବାହିନୀ ।