ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୭ଦିନିଆ ଅନ୍ତରୀଣ ଜାମିନ୍ ଦେଇଛନ୍ତି ହାଇକୋର୍ଟ

151

କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍ । ୭ଦିନ ଅନ୍ତରୀଣ ଜାମିନ୍ ଦେଇଛନ୍ତି ହାଇକୋର୍ଟ । ଜାମିନ୍ ଅବଧି ସରିବା ପରେ ଅତ୍ମସମର୍ପଣ କରିବା ପାଇଁ କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ବାଣପୁର ପଲଟଣ ପଡିଆରେ ଶୋଭାଯାତ୍ରାବେଳେ ଲୋକଙ୍କ ଉପରକୁ ଗାଡି ଚଢ଼ାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହି ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବାହୁବଳୀ ବିଧାୟକ ।