କଂଗ୍ରେସରେ ମିଶିଲେ ପ୍ୟାରୀଙ୍କ ଝିଅ ଶିକ୍ତା ପତି : କହିଲେ,ଦଳ ଯେଉଁ ଦାୟିତ୍ୱ ଦେବ ସମ୍ଭାଳିବି

121

କନକ ବ୍ୟୁରୋ : କଂଗ୍ରେସ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଶିକ୍ତା ପତି । ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତି ଥିଲେ । କଂଗ୍ରେସରେ ସାମିଲ ହେବା ପରେ ଶିକ୍ତା ପତି କହିଛନ୍ତି, ଏକ ଜାତୀୟ ଦଳରେ ଅଂଶୀଦାର ହେବା ପାଇଁ ତାଙ୍କୁ ସୁଯୋଗ ମିଳିଛି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳ ଯେଉଁ ଦାୟିତ୍ୱ ଦେବ ସେ ତାକୁ ସମ୍ଭାଳିବେ ବୋଲି କହିଛନ୍ତି ପ୍ୟାରୀମୋହନଙ୍କ ଝିଅ । ଏହା ସହ ଅନ୍ୟ କିଛି ନେତା ବି କଂଗ୍ରେସରେ ସାମିଲ ହୋଇଛନ୍ତି ।