ବାଘଙ୍କ ମୃତ୍ୟୁ ବଢାଇଲା ଚିନ୍ତା । ମାସକରେ ଦେଶ ହରାଇଛି ୨୪ ବାଘ

85

କନକ ବ୍ୟୁରୋ: ଦେଶକୁ ବାଘ ମଡକ ଚିନ୍ତା । କାରଣ ମାତ୍ର ମାସକ ଭିତରେ ପ୍ରାଣ ହରାଇଲେଣି ୨୪ ବାଘ । ଏନଟିସିଏର ରିପୋର୍ଟ ମୁତାବକ, ୨୦୧୨ ରୁ ୨୦୨୨ ମଧ୍ୟରେ ଦେଶରେ ୧୨୮ଟି ବାଘଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବାଘଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା କୁହାଯାଉଛି ।

ଚଳିତ ବର୍ଷ ଜାନୁଆରୀ ମାସରେ ହିଁ ଦେଶରେ ୨୪ଟି ବାଘଙ୍କ ମୃତ୍ୟୁ ହୋଇଛି । ଏହା ବାସ୍ତବିକ ଅତି ଚିନ୍ତାଜନକ । ଗତ ୩ ବର୍ଷ ମଧ୍ୟରେ ଏହା ଗୋଟିଏ ମାସରେ ସବୁୁଠୁ ବଡ ମୃତ୍ୟୁ ସଂଖ୍ୟା । ଗତ ବର୍ଷ ଜାନୁଆରୀ ମାସରେ ୧୬ଟି ବାଘଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧ ଜାନୁଆରୀ ପାଖାପାଖି ୨୦ଟି ବାଘଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଚଳିତବର୍ଷ ସର୍ବାଧିକ ବାଘ ମୃତ୍ୟୁ ମଧ୍ୟପ୍ରଦେଶରେ ହୋଇଛି । ଏହାପରେ ବାଘ ମୃତ୍ୟୁରେ ରହିଛି ମହାରାଷ୍ଟ୍ର । ଯଦି ଗତ ୧୦ ବର୍ଷର ରେକର୍ଡ ଉପରେ ଦୃଷ୍ଟି ପକାଯାଏ ତେବେ ବର୍ଷର ପ୍ରଥମ ମାସ ଜାନୁଆରୀ ହିଁ ଅଧିକାଂଶ ବାଘଙ୍କ ମୃତ୍ୟୁ ହେଉଛି ।

ଦେଶରେ ୩୦୦୦ରୁ ଅଧିକ ବାଘ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଘଙ୍କ ମୃତ୍ୟୁ ସାମାନ୍ୟ କାରଣରୁ ହୋଇଥିବାବେଳେ ଖୁବ ବାଘଙ୍କ ମୃତ୍ୟୁ ଶିକାର ଯୋଗୁଁ ହୋଇଥିବା ଜଣାପଡିଛି । ତେବେ ଏତେ ସଂଖ୍ୟାରେ ବାଘଙ୍କ ମୃତ୍ୟୁ ଦେଶ ପାଇଁ ଚିନ୍ତାର କାରଣ ପାଲଟିିଛି ।