ପନିପରିବା ଚାଷରେ ଆଗୁଆ କୋରାପୁଟର ମାଳି ପରିବାର । ସରକାରୀ ସହାୟତା ମିଳୁନଥିବାରୁ କ୍ଷତି ସହୁଥିବା ଅଭିଯୋଗ ।

80

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର ମାଳି ସମ୍ପ୍ରଦାୟ । ବର୍ଷ ବର୍ଷ ଧରି ଆଦିବାସୀ ଜୀବନଶୈଳିରେ ବଂଚୁଥିଲେ ମଧ୍ୟ ଏମାନେ କାହା ଉପରେ ନିର୍ଭର କରନ୍ତି ନାହିଁ । ନିଜ ଭିଟା ମାଟି ଉପରେ ଭରସା କରି ପରିବାର ପ୍ରତିପୋଷଣ କରନ୍ତି । ଖୁବ୍ କମ୍ ଜାଗାରେ ଏମାନେ ଅଧିକ ଚାଷ କରୁଛନ୍ତି । ବାଇଗଣ, ଟମାଟ, କନ୍ଦମୁଳ, ଲଙ୍କା ମରିଚ, କୋବି, ଭେଣ୍ଡି, କଲରା, ମକା, କଦଳୀ, ଲାଉ ଭଳି ଅନେକ କଂଚା ପରିବା ଚାଷ କରିଛନ୍ତି । ବର୍ଷ ସାରା ବିଭିନ୍ନ ପ୍ରକାର ଫସଲ କରି ନିଜେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହୋଇପାରିଛନ୍ତି । ଏମାନଙ୍କ ଜମି ବର୍ଷ ସାରା କେବେ ପଡ଼ିଆ ପଡ଼େ ନାହିଁ । ମିଶ୍ରିତ ଫସଲ ଚାଷ କରି ଏମାନେ ବେଶ ଲାଭବାନ ହୋଇ ପାରିଛନ୍ତି ।

ପରିବାରର ସମସ୍ତ ସଦସ୍ୟ ଚାଷ କାମରେ ଲାଗିଥାଆନ୍ତି । ମହିଳା ହୁଅନ୍ତୁ କି ପୁରୁଷ ରାତି ପାହିଲେ କାମ କରିବାକୁ ଜମିକୁ ବହାରି ଯାଆନ୍ତି । ଚାଷ ବାସ କରି ନିଜ ପରିବାର ଖର୍ଚ୍ଚ ତୁଲାଇବା ସହ ବାକି ପରିବା ବଜାରରେ ବିକ୍ରି କରନ୍ତି । ସବୁଜ ପରିବା ଏବଂ ଅନ୍ୟାନ ଫସଲ କରିବା ଯୋଗୁଁ ଏମାନଙ୍କ ପାଖରେ ଖାଦ୍ୟର ଅଭାବ ଦେଖିବାକୁ ମିଳେନାହିଁ । ସତେ ଯେମିତି ଲାଗେ ପରିବା ଏମାନଙ୍କ କଥା ବୁଝେ ଆଉ ଏମାନେ ପରିବା କଥାବୁଝି ପାରନ୍ତି । ଜଳବାୟୁ ପରିବର୍ତନ, ଅତ୍ୟଧିକ ଖରା ଯୋଗୁଁ ପାଣି ଅଭାବ ଚାଷ ପାଇଁ ସମସ୍ୟ ପାଲଟିଥିବା କହିଛନ୍ତି ଚାଷୀ ।