ଜୟପୁରରେ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗର ପ୍ରତିବାଦ : ଅଭିଯୁକ୍ତକୁ ଗିରଫ ଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପିର ୧୨ ଘଂଟିଆ ବନ୍ଦ

ଏସଡିପିଓଙ୍କ ଅଫିସ୍ ଆଗରେ କଂଗ୍ରେସର ଧାରଣା

109

କନକ ବ୍ୟୁରୋ : ଜୟପୁରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ । ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦାବିରେ ବିଜେପି ଆଜି ୧୨ ଘଂଟିଆ ବନ୍ଦ ଡକରା ଦେଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତ୍ରୀବାହୀ ବସ ଅଟକି ରହିଛି । କଂଗ୍ରେସ ବି ଆଜି ଏସଡିପିଓ ଅଫିସ ଘେରାଉ କରିବାକୁ ଘୋଷଣା କରିଛି । ୨୫ ତାରିଖରେ ଦୁଷ୍କର୍ମ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଆଜି ଯାଏଁ ପୁଲିସ ଅପରାଧୀକୁ ଗିରଫ କରିନାହିଁ । ଆଉ ଏହାର ପ୍ରତିବାଦରେ ବିଜେପି ଓ କଂଗ୍ରେସ ଆନ୍ଦୋଳନ ଡକରା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସଦର ଥାନା ଜନୈକ ବ୍ୟକ୍ତିଙ୍କ ଘର ମଧ୍ୟକୁ ପଶି ଅଭିଯୁକ୍ତ ଲାଲୁ ବାହାଦୁର ଓ ମୀନ ବାରିକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ମହିଳା, ନିଜ ସ୍ବାମୀ ଓ ୩ ବର୍ଷର ପୁଅକୁ ନେଇ ଶୋଇଥିଲେ । ଘର ମଧ୍ୟକୁ ପଶି ଲାଲୁ ବାହାଦୁର ତାଙ୍କ ସ୍ବାମୀଙ୍କ ମୁଣ୍ଡକୁ ବନ୍ଧୁକ ଦେଖାଇଥିଲେ। ମୀନ ତାଙ୍କ ପୁଅର ବେକକୁ ଚାପି ଧରିଥିଲା । ଉଭୟଙ୍କୁ ଜୀବନରେ ମାରିବାକୁ ଧମକ ଦେଇ ମହିଳାଙ୍କୁ ଅନ୍ୟ ରୁମକୁ ଅଭିଯୁକ୍ତ ଲାଲୁ ପ୍ରଥମେ ନେଇଥିଲେ । ମହିଳା ଜଣକଙ୍କର ଇଛା ବିରୋଧରେ ଅଭିଯୁକ୍ତ ଲାଲୁ ବନ୍ଧୁକ ଦେଖାଇ ଜୀବନରେ ସ୍ବାମୀ ଓ ପୁଅକୁ ମାରିବାର ଧମକ ଦେଇ ଦୁଷ୍କର୍ମ କରିଥିଲେ । ଏହାପରେ ମୀନ ବି ଆସି ତାଙ୍କୁ ଦୁଷ୍କର୍ମ କରିଥିଲେ । ଉଭୟ ବନ୍ଧୁକ ଦେଖାଇ ଗାଁରେ କାହାରିକୁ କହିଲେ ଜୀବନରେ ମାରିବାକୁ ଧମକ ଦେଇଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି ।