ଏଏସଆଇର ବଡ ପଦକ୍ଷେପ: ବାଲିମୁକ୍ତ ହେବ କୋଣାର୍କ ସୂର୍ଯ୍ୟମନ୍ଦିର

363

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) କର୍ତୃପକ୍ଷ ବଡ଼ ପଦକ୍ଷେପ ନେଇଥିଲା । ପଦକ୍ଷେପ ସ୍ୱରୂପ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏହି ପ୍ରକ୍ରିୟା କିଛି ଚାଲିବା ପରେ ବନ୍ଦ ହୋଇଯାଇଥିଲା । କିନ୍ତୁ ଆଜିଠାରୁ ପୁଣିଥରେ କାର୍ଯର୍ର୍୍ୟ ପରେ ଦେଖା ଦେଇଛି ବିବାଦ । କେନ୍ଦ୍ରୀୟ କୋଠା ବାଡ଼ି ଗବେଷଣା ସଂସ୍ଥାର ମୂଖ୍ୟ ତଥା ବାଲି କାଢ଼ିବା କମିଟିର ମୁଖ୍ୟ ପରାମର୍ଶଦାତା ଡ଼ ନାରାୟଣ ଚନ୍ଦ୍ର ପାଲ କହିଛନ୍ତି, ଏଏସଆଇ ବାଲି କାଢ଼ିବା ନେଇ କମିଟି ସଦସ୍ୟଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ବାଲି କାଢ଼ିଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ । ମନ୍ଦିର ଭୁଶୁଡ଼ି ପଡିବାର ବହୁତ ସମ୍ଭାବନା ଥିବା ଡକ୍ଟର ପାଲ କହିଛନ୍ତି । ସୂଚନା ଅନୁସାରେ, ଆମିକସ କ୍ୟୁରୀ ରିପୋର୍ଟ ଦେବା ପରେ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ସଂସ୍ଥା, ସୂର୍ଯ୍ୟମନ୍ଦିରରେ ପହଂଚି ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇବା ସହ ଡ୍ରୋନ୍ ମାଧ୍ୟମରେ ଭିଡିଓ ଚିତ୍ର ଉତୋଳନ କରି ସମ୍ପୂର୍ଣ୍ଣ ଲେଜର ସ୍କାନିଂ କରିଥିଲା । ୧୭ ଫୁଟ ବାଲି ଦବିଥିବା ରିପୋର୍ଟ ଦେଇଥିଲା । ତେବେ ଏଏସଆଇ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରେ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ପରବର୍ତୀ ସମୟରେ କେବଳ ଲୁହା ବିମ ପକାଇ ବିଭାଗ କାମ ବନ୍ଦ କରି ଥିଲା । ଏବେ ପୁଣିଥରେ କାମ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଛି ।