କେ ଏଲ ରାହୁଲଙ୍କ ଜାଗା ନେଲେ ଇଶାନ କିଶାନ୍ । ଷ୍ଟାଣ୍ଡବାଏ ଖେଳାଳିରେ ରହିଲେ ସୂର୍ଯ୍ୟକୁମାର, ମୁକେଶ ଏବଂ ଋତୁରାଜ ଗାଏକ୍ୱାଡ୍ ।

252

କନକ ବ୍ୟୁରୋ: ବଦଳିଲା ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦଳ । ଆହତ କେ ଏଲ ରାହୁଲଙ୍କ ଜାଗା ନେଲେ ଇଶାନ୍ କିଶାନ୍ । ଏନେଇ ଆଜି ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲରେ ବାଙ୍ଗଲୋର-ଲକ୍ଷ୍ନୌ ମ୍ୟାଚ୍ ବେଳେ ଗୋଟିଏ ଚୌକାକୁ ବଞ୍ଚେଇବାକୁ ଯାଇ ଆହତ ହୋଇଥିଲେ କେ ଏଲ ରାହୁଲ । ଏହାପରେ ସେ ଡ୍ରେସିଂ ରୁମକୁ ଚାଲିଯାଇଥିଲେ । ତେବେ ସ୍କାନିଂ ପରେ ତାଙ୍କ ଡାହାଣ ଜଘଂର ଅସ୍ତ୍ରୋପୋଚାର ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ତେବେ ଏହି କାରଣରୁ ସେ ଆଇପିଏଲ ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ମଧ୍ୟ ବାଦ୍ ପଡିଥିଲେ ।

ବର୍ତ୍ତମାନ କେ ଏଲ ରାହୁଲ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦଳରୁ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ ତାଙ୍କୁ ଫାଇଦା ଦେଇଛି ।

ଅନ୍ୟପଟେ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ଆହତ ଅବସ୍ଥା ଉପରେ ନଜର ରଖାଯାଇଛି । ସେ ବର୍ତ୍ତମାନ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଭ୍ୟାସ ଚଳାଇଛନ୍ତି । ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ପାଇଁ ବିସିସିଆଇ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ନାଁ ଘୋଷଣା କରିଛି । ଋତୁରାଜ ଗାଏକ୍ୱାଡଙ୍କ ସହିତ ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବିସିସିଆଇ ଷ୍ଟାଣ୍ଡବାଏ ଖେଳାଳି ଭାବେ ଘୋଷଣା କରିଛି ।