କ୍ଷମା ମାଗିଲେ କେରଳ ପ୍ରଦେଶ ଅଧ୍ୟକ୍ଷ କେ,ସୁରେନ୍ଦ୍ରନ: ଭଗବାନ ମୋଦୀଙ୍କୁ ପୋପ ଭେଟିଥିବା କଟାକ୍ଷ କରିଥିଲା କଂଗ୍ରେସ

340

କନକ ବ୍ୟୁରୋ: ମୋଦୀ ଓ ପୋପଙ୍କୁ କଟାକ୍ଷ କରିବା ପରେ କ୍ଷମା ମାଗିଲା କେରଳ ପ୍ରଦେଶ କଂଗ୍ରେସ । ନିକଟରେ ଇଟାଲୀ ଆପୁଲିଆରେ ଆୟୋଜିତ ଜିସେଭେନ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ପୋପ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ ମୋଦୀ । ଏହାକୁ ନେଇ ପରିହାସ କରିବା ପରେ ଏବେ କ୍ଷମା ମାଗିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ଟୁଇଟ କରି ପରିହାସ କରିିଥିଲା । ଦଳ ଲେଖିଥିଲା ଶେଷରେ ପୋପଙ୍କୁ ଭଗବାନଙ୍କ ଦେଖା ମିଳିଛି । କଂଗ୍ରେସ କଟାକ୍ଷକୁ ବିରୋଧ କରି ଜବାବ ମାଗିଥିଲା ବିଜେପି ।