୧୮ ଅଗଷ୍ଟରେ ନୂଆ ରୂପରେ ଆସିବ କେବିସି-୯ ! ଏଥର ଡିଜିଟାଲ ମୋଡରେ ମିଳିବ ପେମେଣ୍ଟ

90

ଷ୍ଟେଜ ପ୍ରସ୍ତୁତ । ପ୍ରତିଯୋଗୀ ବି ପ୍ରସ୍ତୁତ । ଅପେକ୍ଷା ୨୮ ଅଗଷ୍ଟକୁ । ଲୋକପ୍ରିୟ ପ୍ରତିଯୋଗିତା ମୂଳକ ଗେମ ଶୋ ‘କୋନ ବନେଗା କୋରଡପତି-୯’ ସିଜିନର ବିଗୁଲ ବାଜିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏଥର ଏକ ନୂଆ ରଙ୍ଗ ଓ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବ କେବିସି । ଆଉ ଏହାକୁ ହୋଷ୍ଟ କରିବେ ବିଗ ବି ଅମିତାଭ ବଚ୍ଚନ । ଆଉ ଏବେଠାରୁ ଏହାର ପ୍ରମୋଶନରେ ଲାଗିଗଲେଣି ବିଗ ବି । ତେବେ କେବିସି ପ୍ରତିଯୋଗୀଙ୍କ ପାଇଁ ଏହି ସିଜିନରେ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ବୁଧବାର ଏକ ଇଭେଣ୍ଟରେ ପରିବର୍ତ୍ତନ ହୋଇଥିବା ନୂଆ ନିୟମ ବିଷୟରେ ଘୋଷଣା କରିଛନ୍ତି ଅମିତାଭ ବଚ୍ଚନ ।

ସପ୍ତାହକୁ ୫ ଦିନ ଅର୍ଥାତ ପ୍ରତି ସୋମବାରରୁ ଶୁକ୍ରବାର ରାତି ୯ଟାରେ କେବିସର ପ୍ରସାରଣ ହେବ । ତେବେ ଏହି ସିଜିନରେ ପୂର୍ବ ସିଜିନ ଭଳି ଫୋନ ଅଫ ଫ୍ରେଣ୍ଡର ଲାଇଫଲାଇନ ରହିବ ନାହିଁ । ଏହି ଲାଇଫଲାଇନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରତିଯୋଗୀ ଙ୍କ ସର୍ମ୍ପକୀୟଙ୍କ ନିକଟକୁ କଲ କରାଯାଇଥାଏ । କିନ୍ତୁ ଚଳିତବର୍ଷ ‘ଫୋନ ଅଫ୍ ଫ୍ରେଣ୍ଡ’ ଲାଇଫଲାଇନ ବଦଳରେ ‘ଭିଡିଓ ଏ ଫ୍ରେଣ୍ଡ’ ଲାଇଫଲାଇନର ଲାଭ ଉଠାଇପାରିବେ ଦର୍ଶକ । ଏହାଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରତିଯୋଗୀଙ୍କ ସର୍ମ୍ପକୀୟ ବା ବନ୍ଧୁଙ୍କ ନିକଟକୁ ଭିଡିଓ କଲ କରାଯିବ ।

ଏହାସହ ୯ମ ସିଜିନରେ ଆଉ ଏକ ପରିବର୍ତ୍ତନ କରାଯାଇଛି । ଚଳିତବର୍ଷ ଜୋଡିଦାର ନାମକ ଏକ ନୂଆ ଅପ୍ସନକୁ ଏହି ଗେମରେ ସାମିଲ କରାଯାଇଛି । ଏହି ଲାଇଫଲାଇନ ଅନୁଯାୟୀ, ପ୍ରତିଯୋଗୀ ଯଦି କୌଣସି ପ୍ରଶ୍ନର ଉତ୍ତର ଜାଣି ନଥିବେ ତେବେ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁଙ୍କୁ ଏହାର ଉତ୍ତର ପଚରାଯାଇପାରିବ । ତା ଛଡା ୯ମ ସିଜନ ପୂର୍ବ ସିଜିନ ଠାରୁ ଟିକିଏ ଭିନ୍ନ ରହିବ । ଚଳିତ ସିଜିନରେ ପ୍ରତିଯୋଗୀଙ୍କୁ ଚେକ୍ ବଦଳରେ ଡିଜିଟାଲ ଆକାରରେ ଟଙ୍କା ପ୍ରଦାନ କରାଯିବ । ଏହାଛହା ଏହୀ ସିଜନରେ କିଛି ସ୍ପେଶାଲ ଏପିସୋଡ ମଧ୍ୟ ରହିବ ଯେଉଁ ଏପିସୋଡରେ ବିଭିନ୍ନ ବର୍ଗରେ କୃତୀତ୍ୱ ହାସଲ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବ । ତେବେ ସବୁଠାରୁ ବଡ କଥା ହେଲା କେବିସି-୯ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବାର ୭ ଦିନ ମଧ୍ୟରେ ୧ କୋଟି ୯୦ ଲକ୍ଷ ଲୋକ ଆବେଦନ କରିଥିଲେ । ଯାହା ଏକ ରେକର୍ଡ । ତେବେ ପରିବର୍ତ୍ତନ ହୋଇଥିବା ନିୟମର ପ୍ରତିଯୋଗୀ କେତେ ଫାଇଦା ଉଠାଇ ପାରୁଛନ୍ତି ତାହା ଦେଖିବା ବାକି ରହିଲା ।