ବିଦେଶକୁ ୨୩୦୦ କୋଟି ନେଇଗଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ। ପଢ଼ନ୍ତୁ କେଉଁ ଦେଶର ଘଟିଛି ଏମିତି ଘଟଣା…

322

କନକ ବ୍ୟୁରୋ: ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ବିଦେଶକୁ ନେଇଗଲେ ୨,୩୦୦ କୋଟି ଟଙ୍କା। କାଜାକିସ୍ତାନରେ ଚାଲିଥିବା ହିଂସା ମଧ୍ୟରେ ଦେଶର ପୂର୍ବତନ ରାଷ୍ଟ୍ରପତି ନର୍ସଲଟାନ ନଜରବାୟବଙ୍କ ଝିଅ ଆଲିଆ ନାଜାରବାୟଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା। ସୂଚନା ମୁତାବକ ଆଲିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ନର୍ସଲଟାନଙ୍କ ୪୧ ବର୍ଷୀୟ ଆଲିଆ ତାଙ୍କ ସମ୍ପତ୍ତିରୁ ୩୧୨ ନିୟୁତ ଡଲାର ବା ୨୩ ବିଲିୟନ ଟଙ୍କାରୁ ଅଧିକ ବିଦେଶକୁ ନେଇଯାଇଛନ୍ତି। ଯାହା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ହେଡଲାଇନ ପାଲଟିଛି।

ତେବେ ଆଲିଆ ନିଜ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ଏବଂ ବ୍ୟକ୍ତିଗତ ଜେଟ ଭଳି ସୌଖୀନ ଜିନିଷ ସବୁ କିଣିଛନ୍ତି । ‘ଡେଲି ମେଲ’ର ରିପୋର୍ଟ ଅନୁଯାୟୀ, ଆଲିଆ ଜଣେ ବ୍ୟବସାୟିକ ମହିଳା। ନିକଟରେ ସେ ୧୩୩ କୋଟି ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଏକ ବିଳାସପୂର୍ଣ୍ଣ ଜେଟ କିଣିଥିଲେ । କେବଳ ଏତିକି ନୁହେଁ, ଆଲିଆ ଲଣ୍ଡନରେ ୬୪ କୋଟିରେ ବିଳାସପୂର୍ଣ୍ଣ ପ୍ରାସାଦ କିଣିଛନ୍ତି। କୁହାଯାଉଛି ଯେ ସେ ବର୍ତ୍ତମାନ ବ୍ରିଟେନକୁ ଯିବାକୁ ଯାଉଛନ୍ତି।

୨୩୦୦ କୋଟି ବିଦେଶକୁ ନେଇଥିବା ଆଲିଆ ନଜରବାୟବ କିଏ?
ଆଲିଆ ନାଜରବାୟବ ୮୧ ବର୍ଷିୟ ନର୍ସଲତଟାନ ନାଜରବାୟବଙ୍କ ସାନ ଝିଅ। ତିନି ବର୍ଷ ପୂର୍ବେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ନର୍ସଲଟାନ ତାଙ୍କ ପରିବାରରେ ଦବଦବା ବଜାୟ ରଖିଛନ୍ତି ବୋଲି ସୂଚନା ମିଳିଛି। ଡିଜାଇନର୍ ଅଳଙ୍କାର, ମଡେଲିଂ, ତାଙ୍କ ପୋଷାକର ବ୍ରାଣ୍ଡ ଏବଂ ସ୍ପା ଇତ୍ୟାଦି ପାଇଁ ଆଲିଆ ବେଶ ଚର୍ଚ୍ଚାର ରୁହନ୍ତି। ସେ କାଜାକାସ୍ତାନର ଜଣେ ସଫଳ ମହିଳା ବ୍ୟବସାୟୀ ଭାବରେ ମାନ୍ୟତା ପାଇଛନ୍ତି।

ସବୁଠାରୁ ବଡ଼ କଥା ହେଲା।, ଏହାପୂର୍ବରୁ ଆଲିଆ ନଜରବାୟବ ଏକ ବିଲିୟନ ଟଙ୍କାରୁ ଅଧିକ ଖର୍ଚ୍ଚ କରି ଦୁବାଇରେ ଏକ ସମ୍ପତ୍ତି କିଣିଥିଲେ। ଅର୍ଥର ଅପବ୍ୟବହାର, ଠକେଇର ଷଡଯନ୍ତ୍ର, ମନି ଲଣ୍ଡରିଂ ନିୟମର ଉଲ୍ଲଂଘନ ଅଭିଯୋଗରେ ଆଲିଆ ତାଙ୍କ ଆର୍ଥିକ ପରାମର୍ଶଦାତାଙ୍କୁ ବରଖାସ୍ତ କରିବା ପରେ ଏସବୁ ସାମ୍ନାକୁ ଆସିଥିଲା।

ଦେଶରେ ଅଶାନ୍ତି ଜାରି ରହିଛି …
ଅନ୍ୟପଟେ ଏସବୁ ଭିତରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି ନେଇ କାଜାକିସ୍ତାନରେ ବିକ୍ଷୋଭ କରାଯାଉଛି। ପ୍ରତିବାଦ ଏତେ ତୀବ୍ର ହେବାରେ ଲାଗିଛି ଯେ, ସରକାରଙ୍କ ବହୁ ବଡ଼ ବଡ଼ ନେତାଙ୍କୁ ଲ ଇସ୍ତଫା ଦେଲେଣି। ଏହା ସତ୍ତ୍ୱେ ବିକ୍ଷୋଭକାରୀମାନେ ଧାରଣାରେ ରାସ୍ତାରେ ବସିଛନ୍ତି ଏବଂ ପୋଲିସ ସହ ସଂଗ୍ରାମ ଜାରି ରହିଛି। କାଜାକିସ୍ତାନରେ ଚାଲିଥିବା ଜାତୀୟ ସଙ୍କଟକୁ ଦୃଷ୍ଟିରେ ରଖି ଋଷକୁ ସେନା ପଠାଇବାକୁ ପଡିବ। ହିଂସା ଘଟଣାରେ ଏପର୍ୟ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇସାରିଲେଣି।