ଅନୁଷ୍କା ଶର୍ମାଙ୍କ ଖୁଲାସା ! ସିନେମା ‘ଏ ଦିଲ୍ ହୈ ମୁସ୍କିଲ୍’ର ସୁଟିଂ ବେଳେ କରଣ ଜୋହର କରୁଥିଲେ ଅଶ୍ଳୀଳ ବ୍ୟବହାର

35

ନିର୍ମାତା ଓ ନିର୍ଦ୍ଦେଶକ କରଣ ଜୋହରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । କହିଛନ୍ତି , ସିନେମା ‘ଏ ଦିଲ୍ ହୈ ମୁସ୍କିଲ୍’ର ସୁଟିଂ ସମୟରେ କରଣ ତାଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିଲେ । ଏପରିକି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ସହ ମଧ୍ୟ କରଣ ଏପରି ବ୍ୟବହାର କରନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଷ୍କା । କରଣଙ୍କ ଲୋକପ୍ରିୟ ସୋ’ ‘କଫି ଉଇଥ କରନ’ ରେ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଯେତେବେଳେ ସୋ’ର ହୋଷ୍ଟ କରଣ ଜୋହର କହିଲେ କି ‘ଏ ଦିଲ ହୈ ମୁସ୍କିଲ’ର ସୁଟିଂ ସମୟରେ ଅନୁଷ୍କାଙ୍କ ଉପରେ ତାଙ୍କର କ୍ରସ୍ ଆସିଥିଲା, ସେତେବେଳେ ଅନୁଷ୍କା ଏହି ଘଟଣାର ଖୁଲାସା କରିଥିଲେ । ଏପରିକି ସେ ଏନେଇ କରଣଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ତେବେ ସୋରେ ଉପସ୍ଥିତ ଥିବା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ କିନ୍ତୁ କରଣଙ୍କ ସମର୍ଥନ କରି ଏହା ଏକ ଭୂଲ୍ ଧାରଣା ହୋଇଥାଇପାରେ ବୋଲି ଅନୁଷ୍କାଙ୍କୁ ବୁଝାଇଥିଲେ ।