ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ଦିଲ୍ଲୀ ଲାଲକିଲ୍ଲାରେ ରାବଣ ଦହନ କଲେ ଅଭିନେତ୍ରୀ କଙ୍ଗନା

296

କନକ ବ୍ୟୁରୋ : ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ରାବଣ ପୋଡିଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଦିଲ୍ଲୀର ଲାଲକିଲାରେ ଯୋଗଦେଇ ରାବଣ ଦହନ କରିଛନ୍ତି କଙ୍ଗନା । ପ୍ରତିବର୍ଷ ଲାଲକିଲାର ଲବ କୁଶ ରାମଲୀଳା ମୈଦାନରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ହେଲେ ପ୍ରଥମ ଥର ପାଇଁ ଜଣେ ମହିଳା ରାବଣ ଦହନ କରିଛନ୍ତି । ରାବଣ ଦହନରେ ସାମିଲ ହେବେ ବୋଲି ପୂର୍ବରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ ଅଭିନେତ୍ରୀ କଙ୍ଗନା ରଣାୱତ । ଆଗକୁ ଆସୁଛି କଙ୍ଗନାଙ୍କ ନୂଆ ଫିଲ୍ମ ତେଜସ୍ । ଆସନ୍ତା ୨୭ ତାରିଖରେ ଫିଲ୍ମ ରିଲିଜ୍ ହେବ । ଫିଲ୍ମର ପ୍ରମୋସନ ସହ ରାବଣ ପୋଡିରେ ସାମିଲ ହୋଇଥିଲେ କଙ୍ଗନା ରଣାୱତ ।