ସକ୍ରିୟ ହେଲା କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ । ଟ୍ୱିଟ୍ କରି ଜାହିର କଲେ ଖୁସି

164

କନକ ବ୍ୟୁରୋ : ଲିଉଡ କୁଇନ୍ କଙ୍ଗନା ରଣାୱତଙ୍କୁ ଏଲନ ମସ୍କ ଦେଲେ ଗିଫ୍ଟ । ଆକ୍ଟିଭ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଂଟ । ଦୀର୍ଘ ଦିନ ଧରି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଟ୍ୱିଟରରେ ତାଙ୍କ ଆକାଉଂଟ ଡିଆକ୍ଟିଭ୍ କରି ରଖିଥିଲା । ଏବେ କିନ୍ତୁ ଟ୍ୱିଟରର ମାଲିକାନା ବଦଳିବାପରେ କମ୍ପାନୀର ରୁଲ ଆଣ୍ଡ ରେଗୁଲେସନ ବଦଳିଛି । ଏହାପରେ ମସ୍କଙ୍କ ନେତୃତ୍ୱାଧୀନ ଟ୍ୱିଟର ଅନେକ ବ୍ୟକ୍ତିବିଶେଷଙ୍କ ଟ୍ୱିଟର ଆକାଉଂଟ ଆକ୍ଟିଭ୍ କରୁଛି । ନିଜ ପ୍ରତିକ୍ରିୟାରେ କଙ୍ଗନା ଖୁସି ଜାହିର କରିଛନ୍ତି । କଙ୍ଗନାଙ୍କ ଆକାଉଂଟ ଆକ୍ଟିଭ୍ ହେବା ପରେ ସୋଶିଆଲ ମିଡିଆରେ ଏହା ଟ୍ରେଣ୍ଡରେ ଏକ ନମ୍ବର ରହିଛି । ଆଗକୁ କଙ୍ଗନାଙ୍କ ଫିଲ୍ମ ଏମରଜେନସି ଆସିବାକୁ ଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ କଙ୍ଗନାଙ୍କୁ । ଏହି ଫିଲ୍ମ ପାଇଁ ସେ ନିଜର ଧନ ସମ୍ପତି ବନ୍ଧା ପକାଇଛନ୍ତି ବୋଲି ନିଜେ କହିଛନ୍ତି ।