ବିମାନ, ବିମାନବନ୍ଦରରେ ବାଜିବ ଜାତୀୟ ସଙ୍ଗୀତ : ଏହା ଉପରେ ବିଚାର କରିବାକୁ ସମସ୍ତ ଏୟାରଲାଇନ୍ସ ଓ ବିମାନବନ୍ଦରକୁ ଚିଠି

ଭାରତୀୟ ସଙ୍ଗୀତ ସହ ଲୋକଗୀତ, ହାଲକା ଭୋକାଲ, ବାଦ୍ୟଯନ୍ତ୍ର ଭିତିକ ଗୀତ ବଜାଇବାକୁ ପରାମର୍ଶ

253

କନକ ବ୍ୟୁରୋ : ଭାରତର ବିମାନବନ୍ଦର ଏବଂ ବିମାନରେ ବାଜିବ ଭାରତୀୟ ଜାତୀୟ ସଙ୍ଗୀତ । ସଙ୍ଗୀତ ବଜାଇବା ବିଷୟରେ ବିଚାର କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି ସମସ୍ତ ଏୟାରଲାଇନ୍ସ ଓ ବିମାନ ବନ୍ଦରଗୁଡିକୁ କୁହାଯାଇଛି । କିଛି ଦିନ ତଳେ ବିମାନ ଯାତ୍ରୀଙ୍କ ମଧ୍ୟରେ ଜାତୀୟ ସଙ୍ଗୀତର ପ୍ରସାର କରିବା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦି ଇଣ୍ଡିଆନ କାଉନସିଲ୍ ଫର୍ କଲଚରାଲ ରିଲେସନସ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିବେଦନ କରାଯାଇଥିଲା ।

ଏହା ପରେ ମନ୍ତ୍ରଣାଳୟ ପକ୍ଷରୁ ସସସ୍ତ ବିମାନ କମ୍ପାନୀ ଓ ବିମାନବନ୍ଦରକୁ ଚିଠି ଲେଖି ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ କୁହାଯାଇଛି । ଭାରତୀୟ ଜାତୀୟ ସଙ୍ଗୀତରେ ଏକ ସମୃଦ୍ଧ ଐତିହ୍ୟ ଓ ପରମ୍ପରା ରହିଛି, ଯାହା ଉପରେ ଆମେ ସମେସ୍ତ ଗର୍ବ କରିବା ଉଚିତ୍ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି । ଜାତୀୟ ସଙ୍ଗୀତ ସହ ଲୋକଗୀତ, ହାଲକା ଭୋକାଲ, ବାଦ୍ୟଯନ୍ତ୍ର ଭିତିକ ସଙ୍ଗୀତ ବଜାଇବା ଉପରେ ବିଚାର କରିବାକୁ କମ୍ପାନୀମାନଙ୍କୁ କୁହାଯାଇଛି । ବିଭିନ୍ନ ଦେଶର ବିମାନରେ ତାଙ୍କର ଜାତୀୟ ସଙ୍ଗୀତ ବାକୁଥିବା ଶୁଣିବାକୁ ମିଳେ । ହେଲେ ଭାରତରେ ବିମାନ କମ୍ପାନୀ ଗୁଡିକ କ୍ୱଚିତ୍ ଭାରତୀୟ ଜାତୀୟ ସଙ୍ଗୀତ ବଜାନ୍ତି ।