‘ଆକ୍ରମଣ ଭୟରେ ଦୋଷୀକୁ ବେଲ ଦେବାକୁ କୁଣ୍ଠାବୋଧ କରନ୍ତି ବିଚାରପତି’: ଅଭିନନ୍ଦନ ସମାରୋହରେ ଏପରି କହିଲେ ମୁଖ୍ୟ ବିଚାରପତି

329

କନକ ବ୍ୟୁରୋ: ‘ଆକ୍ରମଣ ଭୟରେ ବେଲ୍ ଦେବାକୁ କୁଣ୍ଠାବୋଧ କରନ୍ତି ବିଚାରପତି’। ଶନିବାର ଏକ ଅଭିନନ୍ଦନ ସମାରୋହରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।

ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ” ଜାମିନ ପ୍ରଦାନ କରିବା ଦିଗରେ ଅନିଚ୍ଛା କାରଣରୁ ଉଚ୍ଚନ୍ୟାୟପାଳିକାରେ ବେଲ୍ ଆବେଦନ ପତ୍ର ଭରିଗଲାଣି । ବିଚାରପତିମାନେ ତୃଣମୂଳସ୍ତରରେ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଅପରାଧରର ଗୁରୁତ୍ୱ ବୁଝୁ ନାହାନ୍ତି ବରଂ ଜଘନ୍ୟ ମାମଲାରେ ଏଥିପାଇଁ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯେ କାଳେ ସେମାନଙ୍କୁ ଆକ୍ରମଣ କରାଯିବ।”

ସୂଚନା ଥାଉକି, ଡିୱା ଚନ୍ଦ୍ରଚୂଡ଼ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ। ତାଙ୍କ କାର୍ୟ୍ୟାକାଳ ୨୦୨୪ ନଭେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ରହିଛି। ନଭେମ୍ବର ୯ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଅବସର ନେବା ପରେ ଚନ୍ଦ୍ରଚୂଡ଼ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ।