ଅର୍ଚ୍ଚନା ନାଗ ଗିରଫ ମାମଲାରେ ଇଡିର ତନାଘନା। ଇଡିରେ ହାଜର ହେବେ ପ୍ରଯୋଜକ ଅକ୍ଷୟ ପରିଜା।

58

କନକ ବ୍ୟୁରୋ: ଆଜି ଇଡିରେ ହାଜର ହେବେ ପ୍ରଯୋଜକ ଅକ୍ଷୟ ପରିଜା । ଗତ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନଥିଲେ ଅକ୍ଷୟ । ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହେବା ପାଇଁ ଅକ୍ଷୟଙ୍କୁ ଇଡି ପକ୍ଷରୁ ତାଗିଦ କରାଯାଇଥିବା ଜଣାପଡ଼ିଛି । ଅର୍ଚ୍ଚନା ନାଗ ବ୍ଲାକମେଲ କରୁଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟ । ଏପରିକି ୩ କୋଟି ଟଙ୍କା ମାଗିଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଅକ୍ଷୟ ।

ସେପଟେ ଇଡିର ତଦନ୍ତ ଯେତେ ଆଗକୁ ବଢୁଛି, ଅର୍ଚ୍ଚନା ସହ ସମ୍ପୃକ୍ତ ନେତା, ବ୍ୟବସାୟୀ, ବିଲଡରଙ୍କ ଛାତି ସେତେ ଧଡପଡ ହେଉଛି । ୧୨ ଜଣଙ୍କୁ ସମନ ହୋଇଥିବା ରହିଛି ସୂଚନା । ସେମାନେ ପର୍ଯ୍ୟାୟକ୍ରମେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ପ୍ରଶ୍ନ ଉଠୁଛି ଏହି ସବୁ ନେତା କିଏ? ଅର୍ଚ୍ଚନା ମାମଲାରେ କାହା କାହା ପାଖକୁ ନୋଟିସ ପହଞ୍ଚିଛି? ଆଗକୁ ଆଉ କେଉଁମାନଙ୍କ ପାଳି ପଡିବ? ଏସବୁ ପତା ଖୋଲିନାହାନ୍ତି ଇଡି ଅଧିକାରୀ । ଯାହା ମାମଲା ଉପରେ ନଜର ରଖିଥିବା ଲୋକଙ୍କ ଉକ୍ରଣ୍ଠା ବଢାଇ ଦେଉଛି । ଘଟଣାରେ ଜଣେ ଇଂଜିନିୟରକୁ ମଧ୍ୟ ନୋଟିସ ପ୍ରର୍ବତନ ନିର୍ଦ୍ଦେଶାଳୟ ନୋଟିସ କରିଛି । ସମ୍ପୃକ୍ତ ଇଂଜିନିୟଙ୍କ ସହ ଅର୍ଚ୍ଚନାଙ୍କ ଟଙ୍କା କାରବାର ହୋଇଥିବା ନେଇ ସୂଚନା ରହିଛି ।