ଗ୍ରାହକଙ୍କୁ ଲାଗିଲା ଧକ୍କା ! ଜିଓ ଫୋନ ବୁକିଂ ଆରମ୍ଭ ପୂର୍ବରୁ କ୍ରାସ ହେଲା ୱେବସାଇଟ୍

35

ଜିଓ ଫୋନ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ଜିଓର ୱେବସାଇଟ ବୁକିଂ ଆରମ୍ଭ ହେବା ପରେ ଗତକାଲି ପାଖାପାଖି ଅପରାହ୍ନ ୫ଟା୩୦ ବେଳକୁ ୱେବସାଇଟ୍ କ୍ରାସ ହୋଇଯାଇଥିଲା । ଜିଓ ୱେବସାଇଟ ଖୋଲିଲା ମାତ୍ରେ ‘କଣ୍ଟେଣ୍ଟ ସର୍ଭିସ ଏରର୍’ ଦେଖାଯାଉଥିଲା । ସୂଚନାଯୋଗ୍ୟ ଜିଓର ‘ଧନ ଧନା ଅଫର’ ଶେଷ ଦିନ ମଧ୍ୟ ଏପରି ଏରର ଦେଖିବା ପାଇଁ ମିଳିଥିଲା । ତେବେ ଏପର୍ୟ୍ୟନ୍ତ କେତେ ଲୋକ ଜିଓ ଫୋନ ବୁକ କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ । ଜିଓ ଫୋନ ଅଫଲାଇନ ବୁକିଂ ପାଇଁ ଦିଲ୍ଲୀର ରିଲାଏନ୍ସ ଜିଓ ଷ୍ଟୋରରେ ଲୋକଙ୍କ ନାହଇଁନଥିବା ଭିଡ଼ ଦେଖିବା ପାଇଁ ମିଳିଥିଲା ।

ମଧ୍ୟ ଦିଲ୍ଲୀର ଏକ ଦୋକାନରେ ଜଣେ ଦୋକାନୀ କହିଛନ୍ତି, ମାତ୍ର ୧୫-୨୦ ମିନିଟ ମଧ୍ୟରେ ଅଫଲାଇନରେ ପାଖାପାଖି ୧୦୦ ୟୁନିଟ ଜିଓ ଫୋନ୍ ବୁକିଂ ହୋଇଥିଲା । କିନ୍ତୁ ଯେତେବଳେ ରିଲାଏନ୍ସ ଜିଓ ସିମ ପାଇଁ କମ୍ପାନୀ ବିକ୍ରି ଆରମ୍ଭ କରିଥିଲେ ,ସେତେବେଳ ଏତେ ଲୋକ ଭିଡ଼ ହୋଇନଥିଲା । ସେହିପରି ଅଧିକାଂଶ ରିଟେଲର୍ସ ମଧ୍ୟ ଏହାର ପ୍ରିବୁକିଂ ଆରମ୍ଭ ମଧ୍ୟ କରିସାରିଛନ୍ତି । ଯାହାଦ୍ୱାରା ଆପଣ ଫୋନର ପ୍ରି-ବୁକିଂ ଜିଓ ଷ୍ଟୋର କିମ୍ବା ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ ବି ସହଜରେ କରିପାରିବେ ।

ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓର ୪ଜି ଫିଚର୍ ଫୋନ୍ ପାଇଁ ଗତକାଲି ସନ୍ଧ୍ୟା ୫ଟାରୁ ବୁକିଙ୍ଗ ଆରମ୍ଭ ହୋଇଥିଲା । ଫାଷ୍ଟ୍ କମ୍ ଫାଷ୍ଟ ସର୍ଭ ଭିତ୍ତିରେ ଏହି ଫୋନ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଯେଉଁମାନେ ଆଗ ଆବେଦନ କରିବେ ସେମାନେ ଫୋନ୍ ଆଗ ପାଇବେ। ଏହି ଫୋନର ମୂଲ୍ୟ ୧୫୦୦ ଟଙ୍କା ରହିଛି । ମାତ୍ର ତିନି ବର୍ଷ ପରେ ଯଦି ଗ୍ରାହକ ଫୋନକୁ ଫେରାଇ ଦେବେ ତେବେ ନିଜର ୧୫୦୦ ଟଙ୍କା ଫେରିପାଇବେ । ପରୋକ୍ଷରେ କଂପାନି ଏହି ଫୋନ୍ ଗ୍ରାହକଙ୍କୁ ମାଗଣାରେ ଉପଲବ୍ଧ କରୁଛି ବୋଲି କୁହାଯାଇଛି । ଫୋନ୍ ପାଇଁ ୧୫୩ ଟଙ୍କାର ମାସିକ ପ୍ଲାନ୍ ଧାର୍ଯ୍ୟ କରାଯାଇଛି । ଗ୍ରାହକମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଫୋନ ବୁକିଙ୍ଗ କରିପାରିବେ । ମାଇଁଜିଓ ଆପ୍ ଏବଂ କଂପାନି ୱେବସାଇଟ ବ୍ୟତୀତ ଗ୍ରାହକମାନେ ରିଲାଏନ୍ସ ଜିଓର ରିଟେଲରଙ୍କ ଜରିଆରେ ଏହି ଫୋନରେ ବୁକିଙ୍ଗ କରିପାରିବେ ।

ଅନଲାଇନ୍ ଅର୍ଡର୍ ପାଇଁ କେମିତି କରିବେ ପଞ୍ଜୀକରଣ :

ଅନଲାଇନ୍ ଅର୍ଡର୍ ପାଇଁ କମ୍ପାନୀର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ.ଜିଓ.କମରେ ପ୍ରି-ବୁକିଂ କରିପାରିବେ । ଏଥିରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଯେମିକି ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ପିନ୍ କୋର୍ଡ । ଏହାପରେ ଆପଣଙ୍କ ନିକଟକୁ ଏକ କନଫରମେସନ୍ ମେସେଜ୍ ବା ମେଲ୍ ଆସିବ । ତେବେ ଏହି ପ୍ରି ବୁକିଙ୍ଗ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କରିପାରିବେ । ଅଫଲାଇନ୍ ପାଇଁ ନିକଟସ୍ଥ ରିଲାଏନ୍ସ ରିଟେଲରଙ୍କ ପାଖକୁ ଯିବାକୁ ପଡିବ ।

ଡକ୍ୟୁମେଂଟ୍ :

ଏହି ଫୋନ୍ ପାଇବାକୁ ହେଲେ ଦରକାର ଆଧାରକାର୍ଡ । ଯଦି ଆପଣ ଗୋଟିଏରୁ ଅଧିକ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ମିଳିବା ଅସମ୍ଭବ । କାରଣ ଗୋଟିଏ ଆଧାର କାର୍ଡରେ ଗୋଟିଏ ଫୋନ୍ ହିଁ ମିଳିପାରିବ । ଆଧାର୍ କାର୍ଡ ଷ୍ଟୋରରେ ଦେବା ପରେ ଆପଣଙ୍କ ସବୁ ତଥ୍ୟ ସଫ୍ଟୱେରରେ ଲୋଡ୍ ହୋଇଯିବ ।

ମୂଲ୍ୟ :

ଯେତେବେଳେ ମୁକେଶ୍ ଅମ୍ବାନୀ ୨୧ ଜୁଲାଇରେ ଏହି ଫୋନକୁ ନେଇ ଘୋଷଣା କରିଥିଲେ ସେତେବେଳେ ଏହା ଏକ ପ୍ରକାର ମାଗଣା ବୋଲି କହିଥିଲେ । କାରଣ ଏହି ଫୋନ୍ କିଣିବା ବେଳେ ଆପଣଙ୍କୁ ମାତ୍ର ୧୫୦୦ଟଙ୍କା ଜମା କରିବାକୁ ପଡିବ ।  ୩ବର୍ଷ ପରେ ଏହି ଟଙ୍କା ଆପଣ ଫେରିପାଇବେ । ଏହାର ଅର୍ଥ ଏହି ଫୋନଟି ଆପଣ ମାଗଣା ପାଇପାରିବେ ।

ଡେଲିଭରୀ ତାରିଖ :

ଯେଉଁମାନେ ଏବେ ଅନଲାଇନ୍ ଅର୍ଡର୍ କରିଛନ୍ତି ସେମାନେ ସେପ୍ଟେମ୍ବର ୧ ରୁ ୪ ତାରିଖ ଭିତରେ ଏହି ଫୋନକୁ ପାଇପାରିବେ । ତେବେ ବିଳମ୍ବରେ ଯେଉଁମାନେ ଅର୍ଡର କରିଛନ୍ତି ସେମାନଙ୍କ ନିକଟରେ ବିଳମ୍ବରେ ଫୋନ୍ ପହଂଚିପାରେ । କାରଣ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଯଦି ଶୀଘ୍ର ପାଇବାକୁ ଚାହାଁନ୍ତି ତେବେ ଶୀଘ୍ର ଅର୍ଡର୍ କରନ୍ତୁ ।