ଅଙ୍କିତା ହତ୍ୟା ଘଟଣା: ଯାଞ୍ଚ ପାଇଁ ଗଠନ ହେଲା SIT, ଘଟଣାସ୍ଥଳରେ CID।

167

କନକ ବ୍ୟୁରୋ: ଝାଡଖଣ୍ଡର ଅଙ୍କିତା ହତ୍ୟା ଘଟଣାର ଯାଞ୍ଚ କରିବାକୁ ଗଠନ ହେଲା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ଘଟଣାର ଯାଞ୍ଚରେ ତନାଘନା ଆରମ୍ଭ ହୋଇଛି । ଘଟଣାର ଯାଞ୍ଚ ଦାୟିତ୍ୱରେ ଖୋଦ୍ ଦୁମକା ଏସପି ଓ ଏଡିଜି ଅଛନ୍ତି । ଏହି ଘଟଣାର ସବୁ ଦିଗରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଥିବା କହିଛନ୍ତି ଝାଡଖଣ୍ଡ ପୋଲିସ ମୁଖ୍ୟାଳୟ ଏଡିଜି ଏମଏଲ ମୀଣା ।

 ଏହାସହ ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି ଫରେନ୍ସିକ୍ ଟିମ୍ ଓ ସିଆଇଡି ଟିମ୍ । ଏହି ମାମଲାରେ ଏଡିଜି ଘଟଣା ସ୍ଥଳରେ ପହଞ୍ଚିବା ପରେ ଯାଞ୍ଚରେ ତୀବ୍ରତା ପରିଲକ୍ଷିତ ହୋଇଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଥିବାବେଳେ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ଏହି ମାମଲାରେ ଏସଡିପିଓଙ୍କ କାର୍ଯ୍ୟକୁ ସନ୍ଦେହଜନକ ବୋଲି କହି ଜନୈକ ସମାଜସେବୀ ତାଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି ।