ଝାଡଖଣ୍ଡରେ କୋଇଲା ଚୋର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ୪ କୋଇଲା ଚୋର ମୃତ

67

କନକ ବ୍ୟୁରୋ : ଝାଡଖଣ୍ଡର ଧନବାଦ ଠାରେ କୋଇଲା ଚୋର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ କୋଇଲା ଚୋରଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣ ଗୁରୁତର ଆହତ ହୋଇଥିବା କଥା ଜଣାପଡିଛି ।

ପୋଲିସର ସୂଚନା ମୁତାବକ ଧନବାଦର ବାଘମରା ଥାନାକ୍ଷେତ୍ର ଡୋନିଡିହ କୋଇଲା ସାଇଡରେ କୋଇଲା ଚୋରମାନେ ଚୋରୀ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବାଶ୍ ଏହାଦେଖି ଚୋରମାନେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ ଆକ୍ରମଣ କରିଥିଲେ । ଏଥିରେ ଉଭୟ କୋଇଲା ଚୋର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ୪ ଜଣ କୋଇଲା ଚୋରଙ୍କର ମୃତ୍ୟୁ ହୋଇଛି ।

ଧନବାଦ ପୋଲିସ ଅଧିକ୍ଷକ ରେଶମା ରମେଶନ କହିଛନ୍ତି କି ସିଆଇଏସଏଫ କର୍ମୀମାନେ ଚୋରଙ୍କ ଆକ୍ରମଣରୁ ବର୍ତ୍ତିବାକୁ ବାଧ୍ୟ ହୋଇ ଗୁଳି ଚଳାଇଥିଲେ । ଏହି ଗୁଳିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣ ଗୁରୁତର ହୋଇଛନ୍ତି ।