କାଶ୍ମୀରରେ ଚଳିତ ବର୍ଷ ୯୩ ଏନକାଉଁଣ୍ଟର । ସୁରକ୍ଷାବଳଙ୍କ ଗୁଳିରେ ୧୭୨ ଆତଙ୍କବାଦୀ ମୃତ, ୨୯ ନାଗରିକଙ୍କର ଯାଇଛି ଜୀବନ

62

କନକ ବ୍ୟୁରୋ : ଆତଙ୍କବାଦ ବିରୋଧରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରରେ ଜାରି ରହିଛି ଅପରେଶନ । କାଶ୍ମୀର ଏଡିଜିପି କହିଛନ୍ତି କି କେବଳ କାଶ୍ମୀର ଜୋନରେ ଚଳିତ ବର୍ଷ ମୋଟ ୯୩ ଟି ସଫଳ ଏନକାଉଁଣ୍ଟର ହୋଇଛି । ଏହି ଏନକାଉଁଣ୍ଟରରେ ୧୭୨ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣାରେ ୪୨ ଜଣ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି ।

କାଶ୍ମୀର ଜୋନର ଏଡିଜିପି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଏହି ଏନକାଉଁଣ୍ଟରରେ ଲସ୍କର-ଇ-ତୋଏବା ଓ ଟିଆରଏଫ ସଂଗଠନର ସର୍ବାଧ୍ଚଳ ୧୦୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାପରେ ଆତଙ୍କବାଦୀ ସଂଗଠନ ଜୈଶ ଇ- ମହମ୍ମଦର ୩୫ଜଣ, ଏସଏମକେର ୨୨ ଜଣ, ଅବ୍ ବଦ୍ର ର ୪ଜଣ ଓ ଏଜିୟୁଏଚ ସଂଗଠନର ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି    । ଏହାସହ ଚଳିତ ବର୍ଷ ଆତଙ୍କବାଦୀ ସଂଗଠନରେ ଗତବର୍ଷ ଠାରୁ ୩୭ ପ୍ରତିଶତ କମ ପିଲା ଯୋଗ ଦେଇଛନ୍ତି ।

ସେପଟେ ଚଳିତବର୍ଷ କାଶ୍ମୀରରେ ଭିନ୍ନ ଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଏଡିଜିପିଙ୍କ ଟ୍ୱିଟ୍ ମୁତାବକ ଚଳିତବର୍ଷ ଆତଙ୍କବାଦୀଙ୍କ ଆକ୍ରମଣରେ ୨୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ ୨୧ ଜଣ ସ୍ଥାନୀୟ ନାଗରିକ ଥିବା ବେଳେ ଅନ୍ୟ ରାଜ୍ୟର ୮ ଜଣ ନାଗରିକ ରହିଛନ୍ତି ।