ଯାଜପୁରର ଦଶରଥପୁର ବ୍ଲକ ବିରିପଟା ଗ୍ରାମପଂଚାୟତରେ ନିର୍ବାଚନୀ ହିଂସା ପ୍ରସଙ୍ଗ ! ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

27

କନକ ବ୍ୟୁରୋ : ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ଗ୍ରାମପଂଚାୟତରେ ନିର୍ବାଚନୀ ହିଂସା ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଏଡିଜି ଆଇନ ଶୃଙ୍ଖଳା ବିନୟାନନ୍ଦ ଝାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ବିନୟାନନ୍ଦଙ୍କ ଇଙ୍ଗିତରେ ବିରୋଧୀ ଦଳ କର୍ମୀଙ୍କୁ ରାଜ୍ୟବ୍ୟାପୀ ମାଡ ମରାଯାଇଥିବା ବିଜେପି ଅଭିଯୋଗ ଆଣିଛି ।

ବିରିପଟା ଗ୍ରାମପଂଚାୟତରେ ଗତକାଲି ବିଜେପି କର୍ମୀ ଦୁଃଶାସନ ମଲ୍ଲିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି ଭୋଟ ରାଗିଂ କରୁଥିବାରୁ ଏହାର ପ୍ରତିବାଦ କରିବାରୁ ବିଜେଡି କର୍ମୀ ଆକ୍ରମଣ କରିଥିବା ବିଜେପି କହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-