ସୌର ମିଶନରେ ଥିବା ବୈଜ୍ଞାନିକ ଟିମକୁ ପରଫ୍ୟୁମ୍ ବ୍ୟବହାର କରିବାକୁ କଟକଣା ଥିଲା । ଏହା ପଛର କାରଣ କ’ଣ?

859

କନକ ବ୍ୟୁରୋ: ସେପ୍ଟେମ୍ବର ୨ ତାରିଖରେ ଇସ୍ରୋର ସୂର୍ଯ୍ୟ ମିଶନ ହୋଇଥିଲା । ଏଥିରେ ଆଦିତ୍ୟ ଏଲ୍ ୧ ସଫଳ ଉତକ୍ଷେପଣ କରିଥିଲା । ହେଲେ ଆପଣ ଜାଣିଛନ୍ତି କି’ ଏହି ଟିମରେ ଥିବା ସମସ୍ତଙ୍କ ବୈଜ୍ଞାନିକଙ୍କୁ ପ୍ରୋଜେକ୍ଟ ଆରମ୍ଭରୁ ଶେଷଯାଏଁ କୌଣସି ପ୍ରକାର ଅତର ବା ପରଫ୍ୟୁମ୍ ବ୍ୟବହାର କରିବାକୁ ମନା ହୋଇଥିଲା ।

ଏହାର କାରଣ ହେଉଛି, ଆଦିତ୍ୟ-ଏଲ୍‌୧ର ମୁଖ୍ୟ ପେଲୋଡ୍‌ ଭିଜିବ୍‌ଲ ଏମିସନ ଲାଇନ୍ କରୋନାଗ୍ରାଫ୍ ପାଇଁ କାମ କରୁଥିବା ଗବେଷକମାନଙ୍କୁ ଏକ ଛୋଟିଆ କଣିକା ପଦାର୍ଥ ବି ବାଧା ପ୍ରଦାନ କରିପାରେ। ବାସ୍ତବରେ ଏକ ଷ୍ଟେରାଇଲ ବା ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ବୈଜ୍ଞାନିକ ଓ ଇଂଜିନିୟରମାନେ ଏକ ଏପରି ସ୍ୱଚ୍ଛ ପ୍ରକୋଷ୍ଠରେ କାମ କରୁଛନ୍ତି, ଯାହା ହସ୍ପିଟାଲ ଆଇସିୟୁଠାରୁ ୧୦୦ ଗୁଣ ପରିଷ୍କାର। ଟିମ୍‌ର ସମସ୍ତ ସଦସ୍ୟ ଅତି ସ୍ୱଚ୍ଛ ସଂକ୍ରମଣରହିତ ପୋଷାକ ମଧ୍ୟ ପରିଧାନ କରିଥାନ୍ତି ବୋଲି ଭେଲକ ବୈଷୟିକ ଟିମ୍ ମୁଖ୍ୟ ନାଗଭୂଷଣ ଏସ୍ କହିଛନ୍ତି। କୌଣସି ବାହ୍ୟ କଣିକା ଯେପରି ବୈଜ୍ଞାନିକମାନଙ୍କୁ ବାଧା ପ୍ରଦାନ କରି ନ ପାରେ ସେଥିପାଇଁ ସେମାନେ ହାଇ-ଏଫିସିଏନ୍ସି ପାର୍ଟିକୁଲେଟ୍ ଏୟାର ଫିଲ୍ଟର, ଆଇସୋପ୍ରୋପାଇଲ ଆଲକୋହଲ ବ୍ୟବହାର ସହ କଡ଼ାକଡ଼ି ପ୍ରୋଟୋକଲ ପାଳନ କରନ୍ତି। ଏକ ସାମାନ୍ୟ ବାହ୍ୟ କଣିକା ବି ଅନେକ ଦିନର କାମକୁ ନଷ୍ଟ କରିଦେଇ ପାରେ ବୋଲି ନାଗଭୂଷଣ କହିଛନ୍ତି।